ଡିମିରିଆ ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟରେ ଆସ୍ଫାୟାରର ଶିଶୁ ଉତ୍ସବ

ତେଲକୋଇ,ତା ୨୫/୦୧,କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକର ଡିମିରିଆ ପ୍ରକଳ୍ପ ଉ.ପ୍ରା.ବିଦ୍ୟାଳୟଠାରେ ଆସ୍ପାୟାର ସଂସ୍ଥାର ବ୍ଲକ୍ ସଂଯୋଜକ ଫକୀର ଚରଣ ମହାନ୍ତଙ୍କ ତତ୍ତ୍ୱାବଧାନରେ ଏକ ମହନୀୟ ଶିଶୁ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋବର୍ଦ୍ଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ଚେୟାରମ୍ୟାନ ହାଡ଼ିବନ୍ଧୁ କିଷାନ ଉଦଘାଟକ,ସୁସାହିତ୍ୟିକ ତଥା ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି,କମିଟି ଉପାଧ୍ୟକ୍ଷା କ୍ଷୀରମଣୀ ମହାନ୍ତ,ସୁଶିକ୍ଷକ ମୋହନ କୁମାର ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂସ୍ଥାର କାର୍ଯ୍ୟପନ୍ଥା,କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଶିଶୁଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ହେଲେ ସମାଜର ଅଗ୍ରଗତି ସମ୍ଭବ କିପରି ହେବ ଆଦି ପ୍ରତିପାଦିତ କରିଥିଲେ।ପରେ ଶିଶୁମାନଙ୍କ ଦ୍ୱାରା ମୁରୁଜ ପକା,ଚିତ୍ରାଙ୍କନ, ହାଣ୍ଡିପିଟା, ମ୍ୟୁଜିକ ଚେୟାର,ଦଉଡି ଟଣା,ସଂଗୀତ,ନୃତ୍ୟ,ଅଭିନୟ ଆଦି ପ୍ରତିଯୋଗିତା କରାଯାଇଥିଲା।ଏଥିରେ ୧୦୦ରୁ ଉର୍ଦ୍ଧ୍ଵ ଶିଶୁ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତ,ତପସ୍ୱିନୀ ମହାନ୍ତ,ଲକିସ୍ମିତା ମହାରଣା,ସୀମା ପେଣ୍ଠେଇ,ଦେବକୀ ପେଣ୍ଠେଇ, ପ୍ରଜ୍ଞାରଣୀ ମହାନ୍ତ,ସଂଧ୍ୟାରାଣୀ ପେଣ୍ଠେଇ,ପ୍ରିୟତମା ପ୍ରଧାନ,ଭକ୍ତିମତୀ ସାହୁ,ପୂଜାରାଣୀ ମହାରଣା,ମୁନି ମହାନ୍ତ,ସସ୍ମିତା ପଧାନ,ତ୍ରିଶକ୍ତି ପେଣ୍ଠେଇ,ସୁଶାନ୍ତ ମୁଣ୍ଡାରୀ,ରାଇଟର ନାୟକ,ଚୈତନ୍ୟ ନାୟକ ଆଦି ପ୍ରତିଯୋଗିତାରେ ବିଜୟଲାଭ କରି ଅତିଥି ମାନଙ୍କଠାରୁ ପ୍ରମାଣପତ୍ର ସହ ପୁରସ୍କୃତ ହୋଇଥିଲେ।ଦୁଇ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଷ୍ଟମ ଶ୍ରେଣୀର ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତଙ୍କୁ ଚମ୍ପିୟାନ ଘୋଷଣା ସହ ପ୍ରମାଣପତ୍ର ଓ ବିଶେଷ ପୁରସ୍କାର ପ୍ରଦାନ କରାଯାଇଥିଲା।ଶିକ୍ଷକ ବିଭୁପ୍ରସାଦ ସେଠୀ ଓ ଶିକ୍ଷୟିତ୍ରୀ ରୀନାମଣୀ ନାୟକ ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ଆସ୍ପାୟାର କର୍ମକର୍ତ୍ତା ପପୁନା ମହାନ୍ତ,ସୁଜନ ହାଁସଦା ଓ ଶରତ ଚନ୍ଦ୍ର ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଉଦୀୟମାନ ଶିକ୍ଷକ ଜଗନ୍ନାଥ ଭଞ୍ଜ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ଉପଭୋଗ କରୁଥିବା ଅଭିଭାବକ ଓ ଦର୍ଶକ ମାନେ ଶିଶୁଙ୍କର ଚମତ୍କାର ପ୍ରଦର୍ଶନ ଓ ସଂସ୍ଥାର ପ୍ରୋତ୍ସାହନ ମୂଳକ କାର୍ଯ୍ୟକ୍ରମ ର ଭୂୟସୀ ପ୍ରଶଂସା କରିଥିଲେ ।

ରିପୋର୍ଟ : ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

Post a Comment (0)

Previous Post Next Post