ଆଜି ନଭେମ୍ବର ୯ ତାରିଖ ଶନିବାର ସନ୍ଧ୍ୟା ୬:୩୦ ସମୟରେ ଉତ୍କଳ ସାହିତ୍ୟ ସମାଜ ଆନୁକୁଲ୍ୟରେ କଟକସ୍ଥିତ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଦ୍ଵି-ମାସିକ ଭାଷା ସାହିତ୍ୟ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସାରସ୍ଵତ ଉତ୍ସବରେ ମୁଖ୍ୟ ଚର୍ଚ୍ଚାର ବିଷୟ ହେଉଛି 'ଖୁସୀର ସନ୍ଧାନ' । ବିଶିଷ୍ଟ ପ୍ରାବନ୍ଧିକ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଏହି ଆଲୋଚ୍ୟ ପ୍ରବନ୍ଧର ଉପସ୍ଥାପନା କରିବେ । ଉତ୍କଳ ସାହିତ୍ୟ ସମାଜ ସଂଗଠନର ସଭାପତି ତରୁଣ କୁମାର ସାହୁ, ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ, ସାହିତ୍ୟ ଆଲୋଚନାର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ସୁନାମଣି ରାଉତ ଏବଂ ସାଧାରଣ ସମ୍ପାଦକ ମିନାକ୍ଷୀ ଦେବୀ ପ୍ରମୁଖ ଆଲୋଚନାରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

Post a Comment