ମାଆ ନାରାୟଣୀ ସାହିତ୍ୟ ଓ ସଂସ୍କୃତି ପରିଷଦର ଚତୁର୍ଥ ବାର୍ଷିକୀ ଉତ୍ସବ ଓ ବାର୍ଷିକ ମୁଖପତ୍ର 'ସୁପ୍ରଭା' ଉନ୍ମୋଚନ

ପୁରୀ - ଚଳିତ ବର୍ଷ ଡିସେମ୍ବର ୧ ତାରିଖ ରବିବାର ସକାଳ ୧୦ ଟା ସମୟରେ ପୁରୀ ବଡଦାଣ୍ଡରେ ଅବସ୍ଥିତ ହୋଟେଲ ନାୟକ ପ୍ଲାଜାର ସଭାଗୃହରେ ମାଆ ନାରାୟଣୀ ସାହିତ୍ୟ ଓ ସଂସ୍କୃତି ପରିଷଦର ଚତୁର୍ଥ ବାର୍ଷିକୀ ଉତ୍ସବ ପାଳିତ ହେବାକୁ ଯାଉଛି । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର 'ସୁପ୍ରଭା' ଲୋକାର୍ପିତ ହେବା ସହିତ କବିତାପାଠ ଏବଂ ସାରସ୍ଵତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ଓଡିଶାର ବହୁ ସୁନାମଧନ୍ୟ ଲେଖକ, କଳାକାର ତଥା ଶିକ୍ଷାବିତମାନେ ଯୋଗଦେବେ ବୋଲି ଅନୁଷ୍ଠାନର ସମ୍ପାଦକ କାବ୍ୟସାରଥୀ ସୁରେନ୍ଦ୍ରନାଥ ଗୁରୁ ସୂଚନା ଦେଇଛନ୍ତି ।

Post a Comment

Post a Comment (0)

Previous Post Next Post