ମହାଶିବରାତ୍ରୀ ଅବସରରେ ବାବା ମହାଦେବ କମିଟି ଡିମିରିଆର ଅଭିନବ ଡ଼୍ୟାନ୍ସ ଧମାକା

ତେଲକୋଇ, ତା ୨୧/୦୨।କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଡିମିରିଆ ବାବା ମହାଦେବ କମିଟି ଦ୍ୱାରା ଆୟୋଜିତ ମହାଶିବରାତ୍ରୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ହଜାର ହଜାର ଭକ୍ତଙ୍କ ଭକ୍ତିର ଜାଗର ଜଳା ପରେ କମିଟି ଦ୍ୱାରା ଏକ ସଭାର ଆୟୋଜନ କରାଯାଇଥିଲା।କମିଟି ସଭାପତି ଦୁଷ୍ମନ୍ତ କିଶାନଙ୍କ ସଭାପତିତ୍ୱର ସଭାରେ ଗୋବର୍ଦ୍ଧନ ପାତ୍ର ସିଆରସିସି ଡିମିରିଆ ମୁଖ୍ୟ ଅତିଥି ଥିବାବେଳେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ  ହରିପୁର ରୋଡ଼ କଟକ ତେଲକୋଇ ଶାଖା ଉପସଭାପତି ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା,ସମାଜସେବୀ ପ୍ରୀତି ମୁଣ୍ଡା,ପବିତ୍ର ମୋହନ ମହାନ୍ତ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଦିବସର ତାତ୍ପର୍ଯ୍ୟ ବ୍ୟାଖ୍ୟା କରିଥିଲେ।କମିଟି ସମ୍ପାଦକ ତଥା ଉଦୀୟମାନ ଆଚାର୍ଯ୍ୟ ଜ୍ୟୋତିରଞ୍ଜନ ମହାନ୍ତଙ୍କ ସଂଯୋଜନାରେ ମଞ୍ଚାସୀନ ଅତିଥି ଅଧିକାରୀଙ୍କ ମହନୀୟ ଦିଗଦର୍ଶନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଧମାକା ଅନୁଷ୍ଠିତ ହୋଇଥିଲା।ଓଡିଶୀ,ବିହୁ,ସମ୍ବଲପୁରୀ,ଭଜନ ନୃତ୍ୟ ଆଦି ପାରମ୍ପରିକ ନୃତ୍ୟ ଓ ଲୋକନୃତ୍ୟ ସହ ଆଧୁନିକ ସଂଗୀତ ନୃତ୍ୟରେ ସେହି ଅଂଚଳ ଲୋକାରଣ୍ୟ ହୋଇ  ଚମକି ଉଠିଥିଲା।ଏହି ନୃତ୍ୟ ପ୍ରତିଯୋଗୀତାରେ ମନୀଷା ମଞ୍ଜରୀ  ପଧାନ ପ୍ରଥମ,ଶ୍ରାବଣୀ ପଧାନ ଦ୍ଵିତୀୟ ଓ ଅର୍ଚ୍ଚିତା ନାୟକ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପ୍ରମାଣପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ।ଶିଶୁ ନୃତ୍ୟ ଶିଳ୍ପୀ ସୀମା ପେଣ୍ଠେଇ,ଦେବକୀ ପେଣ୍ଠେଇ,ଲିଜା ପେଣ୍ଠେଇ,ଲିଜା ମୁଣ୍ଡା ଆଦିଙ୍କ ଚମତ୍କାର ନୃତ୍ୟ ସହ ସୁଭଦ୍ରା ଗ୍ରୁପ୍,ଶିବାନୀ ଗ୍ରୁପ୍ ଓ ପାଖାପାଖି ୨୫ଟି ଅଭିନବ ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା।ସାଂସ୍କୃତିକ ମଞ୍ଚ ସଂଯୋଜନା ଉଦୟ ନାଥ ପଧାନ ଓ ହରିହର କିଶାନଙ୍କ ଦ୍ଵାରା ପରିଚାଳିତ ହୋଇଥିବା ବେଳେ ସମସ୍ତ କମିଟି ସଦସ୍ୟଙ୍କ ସକ୍ରିୟ ସହଯୋଗ ଓ ବ୍ୟବସ୍ଥା ପରିଚାଳନା ଖୁବ୍ ସୁନ୍ଦର ଥିଲା ।

ରିପୋର୍ଟ : ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

Post a Comment (0)

Previous Post Next Post