ଜଟ-ତେଲକୋଇ ବାର୍ଷିକ ଉତ୍ସବରେ ଦୁଲୁକି ଉଠିଲା ମଞ୍ଚ

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକର ସରକାରୀ ଉ ପ୍ରା ବିଦ୍ୟାଳୟ,, ଜଟ ର  ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସର ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ନବଘନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ତେଲକୋଇ ସହ ଗୋଷ୍ଠୀ ଅଧିକାରିଣୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜିକା କ୍ଷୀରୋଦ୍ରୀ କୁମାରୀ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେବା ବେଳେ ସୁସାହିତ୍ୟିକ ତଥା ଆଦର୍ଶ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ।ଶିକ୍ଷାବିତ୍ ରଘୁନାଥ ସାହୁ,ଚନ୍ଦ୍ରମଣୀ ପ୍ରଧାନ,ବିଜୟ କୁମାର ପ୍ରଧାନ,ଶରତ ଚନ୍ଦ୍ର ପ୍ରଧାନ, ସି ଆର ସି ସି ଗୋବର୍ଦ୍ଧନ ପାତ୍ର,ସରପଞ୍ଚ ଜଗବନ୍ଧୁ କିଶାନ,ସମିତି ସଭ୍ୟ ଦିଲ୍ଲୀପ କୁମାର ସାହୁ,ଆଶା ଶିଶୁ ବିକାଶ ପ୍ରକଳ୍ପ ସଂଯୋଜକ ପ୍ରଣୟ ବିଶ୍ୱାଳ,ରବି ନାରାୟଣ ନାୟକ,ବିଦ୍ୟାଳୟ ପରିଚାଳନା ସମିତି ଚେୟାରମ୍ୟାନ ନୃସିଂହ ଚରଣ ସାହୁ ଆଦି ସମ୍ମାନିତ ଅତିଥିଭାବେ ମଞ୍ଚ ମଣ୍ଡନ କରିଥିଲେ।ଶିକ୍ଷକ ରଙ୍ଗାଧର ନାୟକଙ୍କ ସଂଯୋଜନାରେ ପରିଚାଳିତ ସଭାରେ ଅତିଥି ଅଧିକାରୀଗଣ ଶିକ୍ଷା ସହ, ସହ ଶିକ୍ଷା-ସାଂସ୍କୃତିକ କାର୍ଯ୍ୟକ୍ରମର ଗୁରୁତ୍ୱ,ଶୃଙ୍ଖଳା ଓ ସଂସ୍କାରର ଆଵଶ୍ୟକତା ଉପରେ ଗୁରୁତ୍ୱ ଉପସ୍ଥାପନ କରିଥିଲେ।ଶିଶୁଙ୍କ ଦ୍ୱାରା ଓ ମାନନୀୟା ସୁକାନ୍ତି ପାତ୍ରଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା।ବାର୍ଷିକ କ୍ରୀଡ଼ାର ବିଭିନ୍ନ ବିଭାଗରେ ଓ ଶୈକ୍ଷିକ, ସହ ଶୈକ୍ଷିକ ତଥା ସାଂସ୍କୃତିକ ବିଭାଗର କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ତତ୍ପରେ ସଂଗୀତ,ନୃତ୍ୟ ଓ ଅଭିନୟ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠାନ କରାଯାଇଥିଲା।ସାଂସ୍କୃତିକ ମଞ୍ଚ ଶିକ୍ଷୟିତ୍ରୀ ଇନ୍ଦୁମତୀ ସାହୁ ଓ ପ୍ରିୟଦର୍ଶିନୀ ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଆରତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଚାରିଶହରୁ ଉର୍ଦ୍ଧ୍ଵ ଅଭିବଭାବକ ଓ ଗ୍ରାମବାସୀ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।

ରିପୋର୍ଟ : ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

Post a Comment (0)

Previous Post Next Post