ସରସ୍ୱତୀ ଶିଶୁ ମନ୍ଦିର ତେଲକୋଇରେ ନେତାଜୀ ଜୟନ୍ତୀ

ତେଲକୋଇ,ତା୨୩/୦୧,କେନ୍ଦୁଝର ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତେଲକୋଇ ଠାରେ ମହାନ୍ ନାୟକ ନେତାଜୀ ଓ ଓଡ଼ିଶାର ବୀର ବିକ୍ରମ ବୀର ସୁରେନ୍ଦ୍ର ସାଏଙ୍କର ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ସୁସାହିତ୍ୟିକ ତଥା ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ରୂପେ ଯୋଗଦେଇ  ସ୍ଥାନୀୟ ବୌଦ୍ଧିକ ମଣ୍ଡପଠାରେ ପାରମ୍ପରିକ ଭାରତ ମାତା ଓ ମା ବାଗ୍ଦେବୀଙ୍କ ସହ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କର ଫଟୋଚିତ୍ରରେ ଫୁଲ,ଚନ୍ଦନ ଓ ମାଲ୍ୟାର୍ପଣ ସହ ଦୀପ-ଧୂପ ପ୍ରଜ୍ଜ୍ଵଳନ କରି ସଭାର ଅୟମାରମ୍ଭ କରିଥିଲେ।ଉତ୍ସବ ମୁଖରିତ ସଭାରେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ସାହୁ ସଭାପତିତ୍ୱ କରିଥିବାବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କର୍ମକର୍ତ୍ତା ତଥା ଆଦର୍ଶ ବରିଷ୍ଠାଚାର୍ଯ୍ୟ ମୋହନ ଚରଣ ମହାନ୍ତ ସମ୍ମାନିତ ଅତିଥି ଭାବେ ମଞ୍ଚ ମଣ୍ଡନ କରିଥିଲେ।ଶିଶୁ ଓ ବିଦ୍ୟାମନ୍ଦିରର ମୋଟ ୧୫ ଜଣରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୀବନୀ ଓ ଦେଶପ୍ରେମ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ। ତତ୍ପରେ ମୁଖ୍ୟ ଅତିଥି ଶ୍ରୀ ସେନାପତିଙ୍କର ଉଦବୋଧନ ମୂଳକ ଦେଶପ୍ରେମୀ ଅଭିଭାଷଣ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଆଚାର୍ଯ୍ୟ ଶ୍ରୀକାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଆଚାର୍ଯ୍ୟା ସ୍ନେହଲତା ପ୍ରଧାନ ବୌଦ୍ଧିକ କାର୍ଯ୍ୟ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ତଥା ସୁନ୍ଦର ମୋ ଭାଷା ସାହିତ୍ୟର ପ୍ରତିଷ୍ଠାତା ଶ୍ରୀ ସେନାପତି ଅନୁଷ୍ଠାନ ମୁଖପତ୍ର ଅନନ୍ୟାକୁ ବିଦ୍ୟାଳୟର ଶିଶୁଙ୍କର ସାହିତ୍ୟିକ ଅଭିବୃଦ୍ଧି ନିମିତ୍ତ ସଶ୍ରଦ୍ଧ ଅର୍ପଣ କରିଥିଲେ।ସଭାର ଆରମ୍ଭରେ ଅତିଥି ପରିଚୟ ବରିଷ୍ଠ ଆଚାର୍ଯ୍ୟ ତ୍ରିଲୋଚନ ସାହୁ କରିଥିଲାବେଳେ ସଭା ଅନ୍ତରେ ଧନ୍ୟବାଦ ଅର୍ପଣ ଆଚାର୍ଯ୍ୟ ଗନ୍ଧର୍ବ ସାହୁଙ୍କ ଦ୍ୱାରା ହୋଇଥିଲା।ଆଚାର୍ଯ୍ୟା ଲୀଳାବତୀ ମହାନ୍ତ,ରୀତାଞ୍ଜଳୀ ସାହୁ,ମନସ୍ୱିନୀ ସାହୁ ଓ ଆଚାର୍ଯ୍ୟ ପ୍ରଫୁଲ୍ଲ ପାତ୍ର,ମନୋଜ ମହାନ୍ତ,ମହେଶ ମହାନ୍ତ ସହ ସମସ୍ତ ଆଚାର୍ଯ୍ୟ-ଆଚାର୍ଯ୍ୟା କାର୍ଯ୍ୟକ୍ରମ ସହଯୋଗୀ ଥିବାବେଳେ ଶିଶୁମାନଙ୍କର ଆନ୍ତରିକତା ଓ କୌତୁହଳ ଭାବୋଦ୍ଦୀପକ ଥିଲା ।

ରିପୋର୍ଟ : ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

Post a Comment (0)

Previous Post Next Post