
ପୁରୀ - ୨୮/୧୨/୨୦୧୯ ସ୍ଥାନୀୟ ଚନ୍ଦ୍ରଶେଖର ପାଠାଗାର ସଭାକକ୍ଷରେ ଟିକିତାରାର ବାର୍ଷିକ ଉତ୍ସବ ଏବଂ ଭକ୍ତକବି ମଧୁସୂଦନ ରାଓଙ୍କ ଶ୍ରାଦ୍ଧ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଉଦଘାଟକ ରୂପେ ପଣ୍ଡିତ ସଚ୍ଚିଦାନନ୍ଦ ମହାପାତ୍ର, ମୁଖ୍ୟ ଅତିଥି ରୂପେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ସଦାଶିବ ମିଶ୍ର ଯୋଗ ଦେଇ ଆମ ଶିକ୍ଷା ବ୍ଯବସ୍ଥାରେ ମଧୁ ବର୍ଣ୍ଣବୋଧର ଭୂମିକା ଏବଂ ଟିକିତାରା ଶିଶୁ କିଶୋର ପତ୍ରିକାର ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଟିକିତାରାର ବାର୍ଷିକ ସଂଖ୍ୟା ଉନ୍ମୋଚନ ସହ ଶ୍ରୀଲେଖାର ପଞ୍ଚକଲମ ସଂଖ୍ୟା ମଧ୍ୟ ଉନ୍ମୋଚନ ହୋଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ଶିକ୍ଷାଦାନ ଓ ସମାଜ ଗଠନରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନାମ ଚରଣ ସାହୁ,କଣ୍ଡୁରୀ ଚରଣ ରାଉତ, ନାରାୟଣ ଚନ୍ଦ୍ର ସେନାପତି, ସାଗର କୁମାର ପରିଡ଼ା,ବୈଜୟନ୍ତୀ ସାହୁ, ହାସ୍ୟମୟୀ ରାଜ ଆଦି ୨୫ଜଣଙ୍କୁ ଟିକିତାରା ସମ୍ମାନ-୨୦୧୯ରେ ସମ୍ମାନିତ କରାଯାଇଥିଲା।ପରେ ପରେ ରାଜ୍ୟସ୍ତରୀୟ ଶିଶୁ କିଶୋର କବିତା ପାଠୋତ୍ସବର ସଂଯୋଜନା କରିଥିଲେ ବିଜୟଲକ୍ଷ୍ମୀ ଦାସ,ପ୍ରବାସିନୀ ମିଶ୍ର, ସୁଶ୍ରୀ ହରପ୍ରିୟା ସାହୁ, ନାରାୟଣ ଚନ୍ଦ୍ର ସେନାପତି ଏବଂ ସର୍ବାଣୀ ଦାସ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ପାଦକ ବିପିନ ବିହାରୀ ଦଳାଇ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ ସହ ପରିଚୟ ପ୍ରଦାନ କରିଥିଲେ ।
ରିପୋର୍ଟ : ଅନାମ ଚରଣ ସାହୁ
Post a Comment