
ଖୋରଧା - ଆସନ୍ତା ୧୯/୦୧/୨୦୨୦ ରବିବାର ଦିନ ନିର୍ମାଲ୍ୟ ସ୍ଵାଗତିକା ପକ୍ଷରୁ ସପ୍ତଦଶ ବାର୍ଷିକୀ ଜନ୍ମ ସମାରୋହ ଖୋରଧାସ୍ଥିତ ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସର ମୈତ୍ରୀ ଭବନରେ ଅନୁଷ୍ଠିତ ହେବାକୁ ଯାଉଛି । ଦିବସବ୍ୟାପୀ ବନ୍ଧୁମିଳନ, କବିତାପାଠ, ପ୍ରତିଭା ସମ୍ମାନ ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବାକୁଥିବା ଏହି ସମାରୋହକୁ କବି କମଳ କୁମାର ମହାନ୍ତି ଉଦଘାଟନ କରିବା ସହ ସମ୍ମାନିତ ଅତିଥିଭାବେ ନାଟ୍ୟକାର ରମେଶ ଦାସ, ମୁଖ୍ୟବକ୍ତା ଭାବେ କବି ଡକ୍ଟର ଅବଦୁଲ ଓସିଦ ଖାନ ଏବଂ ସମ୍ମାନିତ ଅତିଥି ଭାବେ ଡକ୍ଟର ଲକ୍ଷ୍ମଣ ସାହୁ ଓ ସତ୍ୟବାଦୀ ବଳିଆରସିଂହ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର 'ନିର୍ମାଲ୍ୟ ସ୍ଵାଗତିକା' ଉନ୍ମୋଚନ ହେବା ସହ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ କବି ବେଣୁଧର ସୁତାର, ଗାଳ୍ପିକ ସୁନୀଲ ବୋଷ, ଗୀତିକାର ବାବାଜୀ ଚରଣ ଜେନା ଓ ଗୀତିକବି ସୁରଞ୍ଜନ ପାତ୍ରଙ୍କୁ ନିର୍ମାଲ୍ୟ ସ୍ଵାଗତିକା ସାରସ୍ଵତ ସମ୍ମାନ ଏବଂ ସତ୍ୟ ଭୈରବ କିଶୋର ପ୍ରତିଭା ସମ୍ମାନ ସୁଶ୍ରୀ କଲ୍ୟାଣୀ ବେହେରାଙ୍କୁ ପ୍ରଦାନ କରାଯିବ ବୋଲି ନିର୍ମାଲ୍ୟ ସ୍ଵାଗତିକାର ସମ୍ପାଦକ କବି ନିଶିକାନ୍ତ କହଲସିଂହଙ୍କ ନିକଟରୁ ପ୍ରକାଶ ।
Post a Comment