ତା - ୧୫/୦୬/୨୦୧୯ ଯାଜପୁର : ନୂତନ କରି ଯାଜପୁରରୁ "କଲ୍ଲୋଳ" ନାମକ ସାହିତ୍ୟ ପତ୍ରିକାର ପ୍ରଥମ ଡିଜିଟାଲ ସଂସ୍କରଣ ଆଜି ବ୍ୟାସକବି ଫକୀର ମୋହନଙ୍କ ଶ୍ରାଦ୍ଧ ବାର୍ଷିକ ତିଥି ଅବସରରେ ବଣମଲ୍ଲୀର ମହକ ଅନୁଷ୍ଠାନ ମାଧ୍ୟମରେ ଉନ୍ମୋଚିତ ହୋଇଛି । ଯୁବସାହିତ୍ୟିକ ସୁଦର୍ଶନ ସାହୁଙ୍କ ସମ୍ପାଦନାରେ ଏହି ପତ୍ରିକାଟି ଏକ ସ୍ଵତନ୍ତ୍ର ଆଭିମୁଖ୍ୟ ନେଇ ଆତ୍ମ ପ୍ରକାଶ କରିଛି । ମୁଖ୍ୟତଃ ୩୫ ବର୍ଷ ବୟସ ମଧ୍ୟରେ ସାହିତ୍ୟିକ ମାନଙ୍କ ଲେଖାକୁ ଏହି ପତ୍ରିକାରେ ସ୍ଥାନିତ କରିବା ସହ ଯୁବପିଢି ମାନଙ୍କୁ ଓଡିଆ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ହେଉଛି ଏହାର ଏକ ନିଆରା ଦୃଷ୍ଟିକୋଣ । ବଣମଲ୍ଲୀର ମହକ ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ସଲିଳ କୁମାର ସ୍ଵାଇଁ ଏହି ପତ୍ରିକାଟିକୁ ଉନ୍ମୋଚନ କରିବା ସହ ଏହାର ପିଡିଏଫ ପତ୍ରିକାଟିକୁ ବଣମଲ୍ଲୀର ହ୍ଵାଟସଆପ ସଂଘ ମାଧ୍ୟମରେ ପାଠକ ପାଠିକା ମାନଙ୍କ ନିମନ୍ତେ ବିତରଣ କରିଛନ୍ତି ।
![]() |
Click on cover page to download |
ବଣମଲ୍ଲୀର ମହକ
ଅଭିନନ୍ଦନ ସୁଦର୍ଶନଙ୍କୁ ଏ ସଫଳ ରୂପାୟନ ପାଇଁ
ReplyDeleteଧନ୍ୟବାଦ
ReplyDeleteଅଭିନନ୍ଦନ ସୁଦୂରୀ
ReplyDeleteବହୁତ ସୁନ୍ଦର
ଶୁଭେଚ୍ଛା ଓ ଶୁଭକାମନା
ReplyDeleteଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସୁଦର୍ଶନ ଭାଇ
ReplyDeleteସାହିତ୍ୟ ପ୍ରଗତି ପଥରେ ଏକ ସୁନ୍ଦର ପଦକ୍ଷେପ ସୁଦର୍ଶନ ଭାଇ
ReplyDeleteଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
Post a Comment