ନିଶିଗନ୍ଧା ସାହିତ୍ୟ ସଂସଦର ଆଲୋଚନା ଚକ୍ର ଓ ସାହିତ୍ୟ ଆସର

ଭୁବନେଶ୍ୱର - ତା ୩୦/୦୬/୨୦୧୯ ରବିବାର, ଭୁବନେଶ୍ଵରସ୍ଥିତ ରିଲିଆନ୍ସ ହୋଟେଲ ପରିସରରେ ନିଶିଗନ୍ଧା ସାହିତ୍ୟ ସଂସଦର ପ୍ରଥମ ବୈଠକ ଅନୁଷ୍ଠିତ ହେବା ସହ, ସାହିତ୍ୟ ଆଲୋଚନା, କବିତା ପାଠ ଏବଂ ଓଡିଆ ସାହିତ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବସମ୍ମତ୍ତି କ୍ରମେ "ନିଶିଗନ୍ଧା" ର ନାମକରଣ ଏବଂ ଖୁବଶୀଘ୍ର "ନିଶିଗନ୍ଧା"ସାହିତ୍ୟ ପତ୍ରିକା ପ୍ରକାଶନ ନିମନ୍ତେ ଏହି ସଭାରେ ନିଷ୍ପତ୍ତି ନିଆଯାଇଅଛି ବୋଲି ଏହାର ମୁଖ୍ୟ ଓ ପ୍ରତିଷ୍ଠାତା ବଳରାମ ତରାଇ ଓ ମୁଖ୍ୟ ସମ୍ପାଦକ ରବୀନ୍ଦ୍ର କୁମାର ବିଶ୍ଵାଳ ସୂଚନା ଦେଇଛନ୍ତି । ଏହି ବୈଠକରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ମହୋଦୟ, ବିଶିଷ୍ଟ ଶିକ୍ଷାବିତ ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ, ରୀତା ଅପରାଜିତା ମହାନ୍ତି ଓ କବିତା ମହାନ୍ତି ଙ୍କ ସମେତ ଅନେକ ସାହିତ୍ୟିକ ଓ ସାହିତ୍ୟିକା ମାନେ ଯୋଗଦେଇଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କ ମଧ୍ୟରେ ଶ୍ରୀମତୀ ସଂଗୀତା ଦାସ, ବୈଜୟନ୍ତୀ ସାହୁ, ନାରାୟଣ ଚନ୍ଦ୍ର ସେନାପତି ଓ ଲିପିକା ଦାସ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଆ ସାହିତ୍ୟର ସମୃଦ୍ଧି ଦିଗରେ ଉପସ୍ଥିତ ଜ୍ଞାନୀ ଗୁଣୀ ବୃନ୍ଦ ଆଲୋଚନା କରିଥିଲେ । ପ୍ରତିକୂଳ ପାଗ ସତ୍ଵେ ଓଡ଼ିଶାର ଅନେକ ପ୍ରାନ୍ତରୁ କବି କବିୟତ୍ରୀ ମାନେ ଯୋଗଦେଇଥିଲେ ।

Post a Comment

Post a Comment (0)

Previous Post Next Post