ପ୍ରଥମଥର ପାଇଁ ଫୁଲରେ ଶୋଭିତ ହେଲା ଶ୍ରୀମନ୍ଦିର

ତା ୦୩/୦୭/୧୯ ପୁରୀ : ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ନୂଆ ଦୃଶ୍ୟ, ଯାହାକି ଶ୍ରୀ ଜଗନ୍ନାଥ ସଂସ୍କୃତି ଇତିହାସରେ ସର୍ବପ୍ରଥମ । ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଫୁଲରେ ସଜ୍ଜିତ ହେଉଛି ଶ୍ରୀମନ୍ଦିର । କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟ ଏହି ଫୁଲସଜ୍ଜାରୁ ବାଦ ପଡିନାହିଁ । ୧୫ ରୁ ୨୦ ଟ୍ରିପ ଫୁଲରେ ସଜ୍ଜିତ ହେବ ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର । ଏହି ଫୁଲସଜ୍ଜା ନିମନ୍ତେ ଦିଲ୍ଲୀରୁ ଆସି ପୁରୀରେ ପହଞ୍ଚିଛନ୍ତି ୨୦୦ ଶହରୁ ଉର୍ଦ୍ଧ କାରିଗର । ଏଥି ନିମନ୍ତେ ଆନୁମାନିକ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏ ଖର୍ଚ୍ଚ ବହନ କରୁନାହିଁ ଶ୍ରୀମନ୍ଦିର ପ୍ରଶାସନ । ଏହି ଫୁଲସଜ୍ଜାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ଦିଲ୍ଲୀ ନିବାସୀ କେ.କେ. ଶର୍ମା ନାମକ ଜଣେ ଭକ୍ତ । ଶ୍ରୀ ଶର୍ମା ସ୍ଵେଚ୍ଛାକୃତ ଭାବେ ଏହି କାର୍ଯ୍ୟ ତୁଲାଇବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ଲୋଡିଥିଲେ । ଶ୍ରୀମନ୍ଦିର ପ୍ରଶାସନ ନିକଟରୁ ଅନୁମତି ମିଳିବା ପରେ ସେ ଆଜିଠାରୁ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାଛଡା ସୁନାବେଶ ଓ ନିଳାଦ୍ରୀ ବିଜେ ଦିନ ମଧ୍ୟ ଶ୍ରୀମନ୍ଦିର ଫୁଲ୍ଲରେ ସଜ୍ଜିତ ହେବ ବୋଲି ସୂଚନା ମିଳିଛି । ଏହା ନିଶ୍ଚିତ ଭାବରେ ଶ୍ରୀଜଗନ୍ନାଥ ମନ୍ଦିର ଇତିହାସରେ ପ୍ରଥମ ଘଟଣା । ଶ୍ରୀମନ୍ଦିରର ଏହି ପୁଷ୍ପସଜ୍ଜିତ ଶୋଭାରେ ସମଗ୍ର ଜଗନ୍ନାଥପ୍ରେମୀଙ୍କ ମନରେ ଆନନ୍ଦ ଉଲ୍ଲାସର ସୀମା କହିଲେ ନାସରେ ।


Post a Comment

Post a Comment (0)

Previous Post Next Post