ବରୁଣେଇ ପାହାଡ ପାଦଦେଶରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ପାଇକ ବିଦ୍ରୋହ ସ୍ମାରକୀ ଭିତ୍ତିପ୍ରସ୍ତର ସ୍ଥାପନ

ଖୋରଧା - ତା ୦୮/୧୨/୧୯ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବ୍ରିଟିଶ ଶାସନ ବିରୋଧରେ ଖୋରଧା ମାଟିର ବୀର ଓଡିଆ ନିର୍ଭୀକ ପାଇକମାନଙ୍କର ସାହସିକ ମୁକ୍ତି ସଂଗ୍ରାମ 'ପାଇକ ବିଦ୍ରୋହ' ସ୍ନାରକୀ ଭିତ୍ତିପ୍ରସ୍ତର ବରୁଣେଇ ପାହାଡ ପାଦଦେଶରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ କରକମଳରେ ସ୍ଥାପିତ ହୋଇଛି । ଏହି ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ସହ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶର ମାନ୍ୟବର ରାଜ୍ୟପାଳ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏବଂ ମାନ୍ୟବର ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦାନ କରିଥିଲେ । 

Post a Comment

Post a Comment (0)

Previous Post Next Post