ଶିକ୍ଷକ ଶ୍ରୀ ନିର୍ମଳ କୁମାର ମହାନ୍ତଙ୍କୁ ସଂସ୍କୃତି ଯୋଗଗୁରୁ ସମ୍ବର୍ଦ୍ଧନା

ତେଲକୋଇ, କେନ୍ଦୁଝର - ତା ୧୧/୧୨/୧୯, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତେଲକୋଇର ବିଦ୍ୟାଭାରତୀ ସଂସ୍କୃତି ସଂସ୍ଥାନ ସଂସ୍କୃତି ଭବନ କୁରୁକ୍ଷେତ୍ର ଦ୍ୱାରା ଆୟୋଜିତ କାର୍ଯ୍ୟଶାଳା "ଯୋଗ ଏବଂ ସୁସ୍ଥ ସମାଜ ଜୀବନ" ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ପରିଚାଳନା ସମିତି ସଭାପତି ହଟକିଶୋର ସାହୁ ସଭାପତିତ୍ୱ କରିଥିବା ବେଳେ, ନିର୍ମଳ ଚନ୍ଦ୍ର ମହାନ୍ତ ମୁଖ୍ୟ ଅତିଥି, ଶିକ୍ଷାବିତ ଖଗେଶ୍ୱର ମହାନ୍ତ ସମ୍ମାନୀତ ଅତିଥି, ଶିକ୍ଷାବିତ ତଥା ସୁସାହିତ୍ୟିକ ନାରାୟଣ ଚନ୍ଦ୍ର ସେନାପତି, ସଂସ୍କୃତ ବିଶାରଦ ଚିତ୍ତରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଦିଵସ ଓ ଯୋଗର ଉପକାରୀତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଯୋଗଗୁରୁଙ୍କ ଦ୍ୱାରା ଯୋଗ ହିଁ ଜୀବନର ଅମୁଲ୍ୟ ବିନ୍ଦୁ ପୁଙ୍ଖାନୁପୁଙ୍ଖ ବ୍ୟାଖ୍ୟା ସହ ଅନ୍ୟୁନ ୪୫୦ରୁ ଉର୍ଦ୍ଧ୍ଵ ଶିଶୁ ଓ ୨୦ଜଣ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ବିଭିନ୍ନ ଯୋଗାସନ, ପ୍ରାଣାୟମ, ଯୋଗାସନ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ତାର ଗୁରୁତ୍ୱ ଆରୋପ ମୁଖ୍ୟ ଆକର୍ଷଣ ଥିଲା । କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ଯୋଗ ଶିବିରରେ ଉପସ୍ଥିତ ଓ ଗ୍ରୁରୁତ୍ବ ଜ୍ଞାତ କରାଇ ସେବା ଦେଉଥିବା ପାଇଁ ତେଲକୋଇ ବ୍ଲକ୍ କଲୋନୀ ସରକାରୀ ବିଦ୍ୟାଳୟରେ କୃତି ଶିକ୍ଷକ ନିର୍ମଳ କୁମାର ମହାନ୍ତଙ୍କୁ ସମ୍ମାନ ସ୍ୱରୂପ ଯୋଗଗୁରୁ ସଂସ୍କୃତି ସମ୍ବର୍ଦ୍ଧନା ଅତିଥି ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ସଭାକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ମୋହନ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Post a Comment (0)

Previous Post Next Post