
ନବରଙ୍ଗପୁର - ତା ୧୩/୧୨/୧୯ - ଗତ ୨୦୦୨ ମସିହାଠାରୁ ନିରବଚ୍ଛିନ୍ନ ଭାବରେ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବା ସହ ବିଭିନ୍ନ ପ୍ରତିଭା ଓ ଲୋକକଳା ଗୁଡିକୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ନିରନ୍ତର ଉଦ୍ୟମ କରି ଆସୁଛି । ଏହି ମହୋତ୍ସବ ମଣ୍ଡେଇ ନାମରେ ପ୍ରସିଦ୍ଧି ଲାଭ କରିଛି । ପୁରୁଣାବର୍ଷ ପରି ଚଳିତ ବର୍ଷ ରାଇଘର ବ୍ଲକ ପ୍ରଶାସନ ପକ୍ଷରୁ ପ୍ରାୟୋଜିତ ନାଟକ 'ମୁଁ ଓଡ଼ିଆ ଘରର ବୋହୂ' ମଞ୍ଚସ୍ଥ ହୋଇ ଅଜସ୍ର ସମ୍ମାନ ସାଉଁଟିଛି । ଏଥିରେ ଓଡ଼ିଆ ଘରର ସଂସ୍କୃତି ଓ ରୀତିନୀତି ଏବଂ ଏବେର ଆଧୁନିକମନସ୍କା ବୋହୂ କୁ ନେଇ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଲେଖକ ଅଭିରାମ ଲେଙ୍କା । ଏହାର ନିର୍ଦ୍ଦେଶକ ଅଧ୍ୟାପକ ପରୀକ୍ଷିତ ସାହୁ, ପରିକଳ୍ପନା ପଦ୍ମନାଭ ରାଉତ, ସଙ୍ଗୀତ ଲୋକେଶ, କଳ୍ପେଶ, କମଲ ସିଂ ରାଜପୁତ ଓ ଗୋବିନ୍ଦ ଜେନା । ଅଭିନୟରେ ଥିଲେ ଅଭିରାମ ଲେଙ୍କା, ତ୍ରିଲୋଚନ ରାଉତ, ଅଶୋକ କୁମାର ପ୍ରଧାନ, ଲକ୍ଷ୍ମୀପ୍ରିୟା ନାୟକ, ଦୀନବନ୍ଧୁ ଚିନ୍ଦ୍ରା, ରୋଶନ ବରାଳ, ମୁକ୍ତିକାନ୍ତ ସାହୁ, ବିଚିତ୍ର କୁମାର ସାମନ୍ତରାୟ, ଶଙ୍କର ମହାରଣା ଓ ଶୀତଲ ବେହେରା । ଏହି ସନ୍ଧ୍ୟାର ଅତିଥିମାନେ ହେଲେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୂତାର, ବି.ଏଫ୍.ଓ ରଞ୍ଜିତ କୁମାର ମଲ୍ଲିକ, ଉପଜିଲ୍ଲାପାଳ ଭାସ୍କର ରଇତୋ, ଜିଲ୍ଲା ସଂସ୍କୃତି ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଡିକା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ । ଶେଷରେ କଳାକାର ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ଜିଲ୍ଲାପାଳ ସମ୍ମାନିତ କରିଥିଲେ ।
ରିପୋର୍ଟ : ଅନାମ ଚରଣ ସାହୁ
Post a Comment