

ନବରଙ୍ଗପୁର - ତା ୧୪/୧୨/୨୦୧୯ ପ୍ରତିବର୍ଷ ଭଳି ଚଳିତ ମଣ୍ଡେଇ ମହୋତ୍ସବର ଦ୍ଵିତୀୟ ଦିନରେ ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲା ମିଶନଶକ୍ତି କକ୍ଷରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୦ ଘଟିକା ୩୦ ମିନିଟ୍ ସମୟରେ ଜିଲ୍ଲାସ୍ତରୀୟ ମଣ୍ଡେଇ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଅଜିତ କୁମାର ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭାରମ୍ଭ କରିଥଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ସୁକାନ୍ତ କୁମାର ପଟ୍ଟନାୟକ, ଜୟପୁର ଆକାଶବାଣୀକେନ୍ଦ୍ରର ଗୀତିକାର ଓ ଗାଳ୍ପିକ ଅଶୋକ କୁମାର ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ବୁଲୁ ହୋତା, ବିଶିଷ୍ଟ ପ୍ରାବନ୍ଧିକ ନାରାୟଣ ପଣ୍ଡା, ବ୍ୟଙ୍ଗ ସାହିତ୍ୟିକ ବିଜୟ ଚୌଧୁରୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ବିଜୟ କୁମାର ମିଶ୍ର ଓ ନବରଙ୍ଗପୁର ଓକିଲ ସଂଘର ସମ୍ପାଦକ ରାମପ୍ରସାଦ ପାତ୍ର ଉପସ୍ଥିତ ଥିଲେ । ଏହି କବିତା ପାଠୋତ୍ସବରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି ଓ କବୟିତ୍ରୀ ଯୋଗ ଦେଇ ନିଜ ନିଜର ସ୍ଵଲିଖିତ କବିତା ପାଠ କରିଥିଲେ । ସେମାନଙ୍କ ମଧ୍ୟରେ ଟୁଟୁବାବୁ ପଟ୍ଟନାୟକ, ଶିଶିର ରାୟ, ସାଗର ପରିଡ଼ା, ସଂଗ୍ରାମ କୁମାର ପରିଡ଼ା, ସ୍ୱାଗତିକା ବାହିନୀପତି, ଗୁରୁଦାସୀ ମଣ୍ଡଳ, ରୂପସିଂ ଗଣ୍ଡ, ସମୀର କୁମାର ପ୍ରଧାନ, ଶେଖ ନାସିଋଦିନ, ସତ୍ୟବ୍ରତ ପ୍ରଧାନ, ବିବେକାନନ୍ଦ ପଟ୍ଟନାୟକ, ରାଧାରାଣୀ ସର୍କାର ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଅନାମ ଚରଣ ସାହୁ
Post a Comment