ତେଲକୋଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଜ୍ୟସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା

ତେଲକୋଇ,ତା୧୯/୦୧/୨୦, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତେଲକୋଇ ଠାରେ କେନ୍ଦୁଝର ଜିଲ୍ଲା ସଂଯୋଜକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଆବାହନରେ ଜ୍ଞାନ ପ୍ରକାଶ ରାଜ୍ୟସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।ଉପକନିଷ୍ଠ,କନିଷ୍ଠ ଓ ବରିଷ୍ଠ ବର୍ଗର ମୋଟ ୪୯ ଜଣ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ତତ୍ପରେ ବିଦ୍ୟାଳୟ ପରିସର ମଧ୍ୟରେ ପ୍ରଧାନାଚର୍ଯ୍ୟ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଦୋବଲାପାଳ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ସୁନ୍ଦର ମୋ ଭାଷା ସାହିତ୍ୟର ଉପଦେଷ୍ଟା ଅକ୍ଷୟ କୁମାର ବାରିକ ମୁଖ୍ୟ ଅତିଥି ଥିବାବେଳେ ଯୋଗଗୁରୁ ନିର୍ମଳ କୁମାର ମହାନ୍ତ ମୁଖ୍ୟ ବକ୍ତା ଓ ବରିଷ୍ଠାଚାର୍ଯ୍ୟ ମୋହନ କୁମାର ମହାନ୍ତ,ତ୍ରିଲୋଚନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜ୍ଞାନ ପ୍ରକାଶ ଏଜ ଆନ୍ତର୍ଜାତିକ ପଞ୍ଜୀକରଣ ଭୁକ୍ତ ସଂସ୍ଥା ଯିଏ ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଯଥା କବିତା,ପ୍ରବନ୍ଧ,ଗଳ୍ପ,ମଜାକଥା ଓ ସାଧାରଣ ଜ୍ଞାନ ତଥ୍ୟ ଲେଖିବା ପାଇଁ ଉତ୍ସାହିତ ଓ ପ୍ରୋତ୍ସାହିତ କରିଥାଏ ବୋଲି ଉପସ୍ଥାପନ କରି ସେହି ଦିଗରେ ଆଗେଇବା ପାଇଁ ସୂଚନା ଦେଇଥିଲେ।ତତ୍ପରେ ବିଜୟୀ ପ୍ରତିଯୋଗୀ ସଂଗ୍ରାମ ପଟ୍ଟନାୟକ, ମୀରା ବାରିକ,ପାର୍ଥ ସାରଥୀ ଦାସ   ଉପକନିଷ୍ଠ,ଅଭିଷେକ ସାହୁ,ଲକ୍ଷ୍ମୀପ୍ରିୟା ପେଣ୍ଠେଇ,ଅନ୍ୱେଷା ରଣା କନିଷ୍ଠ ଓ ଜଗନ୍ନାଥ ବେହେରା,ସ୍ବସ୍ତି ସୁଧା ସାହୁ,ନଗେନ କୁମାର ସାହୁ ବରିଷ୍ଠ ବିଭାଗଙ୍କୁ ତଥା ଚୟନ କର୍ତ୍ତା ବା ପରୀକ୍ଷକ ଦମୟନ୍ତୀ ମହାନ୍ତ,ଧରଣୀଧର ମହାନ୍ତ,ମନସ୍ୱିନୀ ସାହୁ ଓ ପ୍ରଫୁଲ୍ଲ କୁମାର ପାତ୍ର ଙ୍କୁ ପ୍ରଶଂସା ପତ୍ର ଅର୍ପଣ କରାଯାଇଥିଲା।ତିନି ବିଭାଗର ପ୍ରଥମ ସଂଗ୍ରାମ ପଟ୍ଟନାୟକ(ଉପକନିଷ୍ଠ),ଅଭିଷେକ ସାହୁ(କନିଷ୍ଠ) ଓ ଜଗନ୍ନାଥ ବେହେରା(ବରିଷ୍ଠ)ଙ୍କୁ ଆସନ୍ତା ଅପ୍ରେଲ ମାସର ଜ୍ଞାନ ପ୍ରକାଶ ବାର୍ଷିକୋତ୍ସଵରେ ସମ୍ବର୍ଦ୍ଧିତ କରାଯିବାର ସୂଚନା ଦିଆଗଲା।ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଜାନୁଆରୀ ମାସ ଜ୍ଞାନପ୍ରକାଶ ପତ୍ରିକା ଦିଆଯାଇଥିଲା।ବ୍ୟବସ୍ଥା ପରିଚାଳନା ଆଚାର୍ଯ୍ୟ ଗନ୍ଧର୍ବ ବିଶ୍ୱାଳ କରିଥିବା ବେଳେ ଆଚାର୍ଯ୍ୟ ଶ୍ରୀକାନ୍ତ ସାହୁ ସଭାମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ମହାନ୍ତ,ରୀତାରାଣୀ ସାହୁ,ଚିନି ଗୁରୁମା ସମେତ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥବାବେଳେ ସଭାକାର୍ଯ୍ୟ ଶେଷରେ ଜଗଦମ୍ଭା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

Post a Comment (0)

Previous Post Next Post