ଓଡିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ 'ଆମ ଗାଁ ଆମ ସାହିତ୍ୟ' ସାରସ୍ଵତ ସମାରୋହ

କଟକ - ତା ୧୮/୧୨/୨୦୧୯ - ଓଡିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ 'ଆମ ଗାଁ ଆମ ସାହିତ୍ୟ' ସାରସ୍ଵତ ସମାରୋହ ଆସନ୍ତା ଡିସେମ୍ବର ୨୫ ତାରିଖ ବୁଧବାର ପୂର୍ବାହ୍ନ ୯ ଟା ସମୟରେ କଟକ ଜିଲ୍ଲାର ବନ୍ତଳା ବୁଢୀଜାଗୁଳାଇ ପୀଠଠାରେ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହେବ । ପୂର୍ବାହ୍ନ ୯ ଟାରୁ କବିତା ପାଠୋତ୍ସବ ଅନୁଷ୍ଠିତ ହେବା ସହ ପୂର୍ବାହ୍ନ ୧୧ ଟା ସମୟରେ 'ଓଡିଆ ସାହିତ୍ୟରେ ଗାଁ ମାଟିର ସ୍ଵର' ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବ ବିଶିଷ୍ଟ ସାହିତ୍ୟ ସମାଲୋଚକ ଡକ୍ଟର ଭୁବନାନନ୍ଦ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେବେ । 

Post a Comment

Post a Comment (0)

Previous Post Next Post