ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା କମିଟି ଆନୁକୁଲ୍ୟରେ ମହାନଗର ପୁସ୍ତକମେଳା-୨୦୧୯

ବ୍ରହ୍ମପୁର - ଆସନ୍ତା ନଭେମ୍ବର ୮ ତାରିଖ ଶୁକ୍ରବାର ଠାରୁ ୧୭ ତାରିଖ ରବିବାର ପର୍ଯ୍ୟନ୍ତ ବ୍ରହ୍ମପୁର ସହରର ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡ ଠାରେ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା କମିଟି ଆନୁକୁଲ୍ୟରେ "ମହାନଗର ପୁସ୍ତକମେଳା" ଅନୁଷ୍ଠିତ ହେବ । ଭିନ୍ନ ଭିନ୍ନ ଦିବସ ଗୁଡିକରେ ଶିକ୍ଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ ଆଲୋଚନାଚକ୍ର ଆୟୋଜନ ହେବା ସହିତ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗଞ୍ଜାମ ଜିଲ୍ଲା ପୁସ୍ତକମେଳା କମିଟିର ସୂଚନା ଅନୁଯାୟୀ ଏହି ଅବସରରେ ଓଡିଶାର ପ୍ରତିଷ୍ଠିତ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସଂସ୍କୃତି ସଚେତକ ବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Post a Comment

Post a Comment (0)

Previous Post Next Post