ଜଗତସିଂହପୁର ସାହିତ୍ୟ ପରିଷଦର ଦଶମ ବାର୍ଷିକ ଉତ୍ସବ ପାଳିତ

ଜଗତସିଂହପୁର - ଆଜି ତା ୩/୧୧/୨୦୧୯ ରିଖ ରବିବାର, ଜଗତସିଂହପୁର ସାହିତ୍ୟ ପରିଷଦ ପରିବାର ପକ୍ଷରୁ ପରଷଦର ଦଶମ ବାର୍ଷିକ ଉତ୍ସବ ଜଗତସିଂହପୁରସ୍ଥିତ ସଂସ୍କୃତି ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ କବିତା ଆସର ଅନୁଷ୍ଠିତ ହେବା ସହ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଓଡିଆ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କୃତ ପ୍ରତିଭାମାନଙ୍କ ମଧ୍ୟରେ ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କୁ ବାଣୀପୀଠ ପୁରସ୍କାର, କବିତା କ୍ଷେତ୍ରରେ ଶ୍ରୀଯୁକ୍ତ ରକ୍ଷକ ନାୟକ, ଉପନ୍ୟାସ କ୍ଷେତ୍ରରେ ଡକ୍ଟର ସୁପ୍ରିୟା ପାଲ ଏବଂ ପ୍ରବନ୍ଧ କ୍ଷେତ୍ରରେ ଡକ୍ଟର ବିଷ୍ଣୁପ୍ରିୟା ଓତାଙ୍କୁ ଅଳକା ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରୀମତୀ ମନୋରମା ଶତପଥୀଙ୍କୁ ବିଷ୍ଣୁପ୍ରିୟା ଦେବୀ ସ୍ମୃତି ସମ୍ମାନ, ଶ୍ରୀଯୁକ୍ତ ପୀତାମ୍ବର ମହାପାତ୍ରଙ୍କୁ ଉମାକାନ୍ତ ପ୍ରଧାନ ସ୍ମୃତି ସମ୍ମାନ ଏବଂ ଶ୍ରୀ ନିଖିଳେଶ ମିଶ୍ରଙ୍କୁ ଶଙ୍ଖଲାଲ ପଣ୍ଡା ଯୁବ ପୁରସ୍କାର ପ୍ରଦାନ କରାଯିବା ସହିତ ପ୍ରାବନ୍ଧିକ ଡକ୍ଟର ଭୋଳାନାଥ ରାଉତ ଓ ଡକ୍ଟର ସରୋଜ କୁମାର ମିଶ୍ର, ଗୀତିକବି ଶ୍ରୀଯୁକ୍ତ ବୈଦ୍ୟନାଥ ଖିଲାର, ଶିଶୁ ସାହିତ୍ୟିକା ଶ୍ରୀମତୀ ମଞ୍ଜୁ ଦାସ ଏବଂ କବୟିତ୍ରୀ ଶ୍ରୀମତୀ ପ୍ରତିଭାରାଣୀ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଏବଂ ବିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ଡକ୍ଟର ନିତ୍ୟାନନ୍ଦ ଶତପଥୀ ଯୋଗଦେବାସହ ମୁଖ୍ୟବକ୍ତାଭାବେ ବିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ଡକ୍ଟର ବୈଷ୍ଣବ ଚରଣ ସାମଲ ଯୋଗ ଦେଇଥିଲେ । 
News By Banamallira Mahak

Post a Comment

Post a Comment (0)

Previous Post Next Post