ଜନତା ମୈଦାନଠାରେ ଜାତୀୟ ଆଦିବାସୀ ଉତ୍ସବ "ଆଦି ମହୋତ୍ସବ" ପାଳିତ

ତା ୧-୧୧-୨୦୧୯ - ଭୁବନେଶ୍ୱର - ନଭେମ୍ବର ୧ ତାରିଖ ଭୁବନେଶ୍ୱରସ୍ଥିତ ଜନତା ମୈଦାନଠାରେ ଜାତୀୟ ଆଦିବାସୀ ଉତ୍ସବ "ଆଦି ମହୋତ୍ସବ" ପାଳିତ ହୋଇଯାଇଛି । ଏହାର ଉଦଘାଟନୀ ଉତ୍ସବରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (KISS) ର ଆଦିବାସୀ ଛାତ୍ରୀମାନଙ୍କ ଦ୍ଵାରା ଓଡିଶାର ପାରମ୍ପରିକ ଓଡିଶୀନୃତ୍ୟ ପରିବେଷଣ କରାଯାଇଥିଲା ।  ଏଠାରେ ପଢୁଥିବା ୩୦୦୦୦ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୮୦୦୦ ହେଉଛନ୍ତି ଝିଅ । ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କର ଏହି ମହନୀୟ ପଦକ୍ଷେପ ଓ ପ୍ରଚେଷ୍ଟା ପାଇଁ ସମଗ୍ର ବିଶ୍ଵରେ ଆଜି ଓଡିଶା ଗର୍ବିତ । ଓଡିଶା ତଥା ଭାରତୀୟ ଭାରତୀୟ ଜନଜାତିମାନଙ୍କ ଶିକ୍ଷା ଓ ସାମାଜିକ ବିକାଶ ଦିଗରେ ଏହି ଅନୁଷ୍ଠାନର ଭୂମିକା ମହତ୍ଵପୂର୍ଣ୍ଣ । ପ୍ରଥମଶ୍ରେଣୀ ଠାରୁ ଆରମ୍ଭ କରି ପି.ଏଚ.ଡି. ପର୍ଯ୍ୟନ୍ତ ଏଠାରେ ଶିକ୍ଷାଦାନ କରାଯାଇଥାଏ । 
Literature & Cultural News By Banamallira Mahak

Post a Comment

Post a Comment (0)

Previous Post Next Post