ଏବର୍ଷର ଶିଳାଶ୍ରୀ ନବମାତୃକା ସମ୍ମାନ ପାଇବେ ନଅ ଜଣ ମହିଳା

ଭୁବନେଶ୍ଵର - ନଭେମ୍ବର ୧୦ ତାରିଖ ସନ୍ଧ୍ୟା ୫ ଘଟିକା ସମୟରେ ଶିଳାଶ୍ରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କବି ଓ ଲେଖକମାନଙ୍କ ଗହଣରେ ପଞ୍ଚମତମ ନବମାତୃକା ସମ୍ମାନ ପ୍ରଦାନ ଉତ୍ସବ ଭୁବନେଶ୍ୱରସ୍ଥିତ କଳିଙ୍ଗ ପୁସ୍ତକମେଳା ମଞ୍ଚ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଶିଳାଶ୍ରୀ ଅନୁଷ୍ଠାନର ସମ୍ପାଦିକା ବାସନ୍ତୀ ଦାସଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅବସରରେ କବି ସମ୍ମେଳନ ଓ କବିତାପାଠ ମଧ୍ୟ ଅନୁଷ୍ଠିତ ହେବ । ଏହି ବର୍ଷ ଶିଳାଶ୍ରୀ ନବମାତୃକା ସମ୍ମାନ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୯ ଜଣ ମହିଳାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

Post a Comment

Post a Comment (0)

Previous Post Next Post