ଜମ୍ଭରାସ୍ଥିତ ସୁନ୍ଦର ମୋ ଭାଷା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ "ମିନି ଓଡିଶା" କାର୍ଯ୍ୟକ୍ରମ ଅନୁଷ୍ଠିତ


ଜମ୍ଭରା, କେଉଁଝର - ତା୦୩/୧୧/୧୯ ରିଖ, କେଉଁଝର ଜିଲ୍ଲା ଅଧିନସ୍ଥ ଐତିହାସିକ କ୍ଷେତ୍ର, କଳା-ସଂସ୍କୃତିର ଗନ୍ତାଘର, ଶିକ୍ଷାର ଦୁର୍ଗ ଓ ପୁରାଣ ପ୍ରସିଦ୍ଧ ଧର୍ମପୀଠ ଜମ୍ଭରା ଠାରେ "ସୁନ୍ଦର ମୋ ଭାଷା ସାହିତ୍ୟ ସଂସଦ" ଓ ଅନନ୍ୟା ପରିବାରର ଅଷ୍ଟମ ରାଜ୍ୟସ୍ତରୀୟ ସାମ୍ବତ୍ସରିକ କଳା, ସାହିତ୍ୟ, ଶିକ୍ଷା, ସଂସ୍କୃତି ଓ ସମାଜସେବା ସମାରୋହ ମହାସମାରୋହରେ ପାଳିତ ହୋଇଯାଇଛି । ଏହାର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସେନାପତିଙ୍କ ଉଦ୍ୟମ ତଥା ଭଲପାଇବାର ମଧୁର ପରଶରେ ଆକର୍ଷିତ ହୋଇ ଅନ୍ୟୁନ ଅଣତିରିଶି ଜିଲ୍ଲାର କବି, ଲେଖକ, ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ, ଗାୟକ, ନାଟ୍ୟକାର, ଶିକ୍ଷକ, ସମାଜସେବୀ ଓ ସିନେ କଳାକାରମାନେ ଏହି ସମାରୋହରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ଭୋର ୫ଟାରୁ ପ୍ରଭାତ ଫେରି, ସକାଳ ୭ରୁ ନାମସଂକୀର୍ତ୍ତନ ପରେ ମାଆ ତାରିଣୀଙ୍କ ପୂଜାର୍ଚ୍ଚନା ସହ ପ୍ରଥମ ଅଧିବେଶନର ଅୟମାରମ୍ଭ ହୋଇଥିଲା । ବିଶିଷ୍ଟ ସାହିତ୍ୟିକ ଓ ଯାତ୍ରା ଗବେଷକ ଡ଼ଃ ପଦ୍ମଲୋଚନ ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ବ୍ୟଙ୍ଗରଶ୍ମୀ ପ୍ରତାପ ରଶ୍ମୀ, କଳ୍ପନା କଳ୍ପଲତା ବିଶ୍ୱାଳ ଓ ମାଳତୀମଣୀ ଧଳଙ୍କ ସୁନ୍ଦର ଉପସ୍ଥାପନାରେ କବିତା, ସଂଗୀତ ଓ ନୃତ୍ୟ ପରିଚାଳନା ହୋଇଥିଲା । ସାଧାରଣ ଅଧିବେଶନର ଅୟମାରମ୍ଭ ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସେନାପତିଙ୍କ ବନ୍ଦେ ଉତ୍କଳ ଜନନୀରୁ ଆରମ୍ଭ ହୋଇଥିଲା । ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ ଲମ୍ବୋଦର ରାଉତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାଗୀରଥି ସେଠୀ, ସମ୍ମାନୀତ ଅତିଥି ସୌମ୍ୟଶ୍ରୀ ପାଣିଗ୍ରାହୀ (ଉପ-ଜିଲ୍ଲାପାଳ, ଭଦ୍ରକ), ବିମ୍ବାଧର ବିଶ୍ୱାଳ (ଜିଲ୍ଲା ବିଜେଡି ସଭାପତି), ଗଣଶିକ୍ଷା ମନ୍ତ୍ରୀଙ୍କ ସହଧର୍ମିଣୀ ସଂଗୀତା ଦାଶ(ଆଦର୍ଶ ଶିକ୍ଷୟତ୍ରୀ ), ଡ଼ଃ ମହେନ୍ଦ୍ର ପ୍ରସାଦ ଦାସ(ସମୀକ୍ଷକ ), ପୁର୍ଣ୍ଣଚନ୍ଦ୍ର ବେହେରା(ଶିକ୍ଷାବିତ), ନୃସିଂହ ଚରଣ ସେନାପତି(ଶିକ୍ଷାବିତ), ପୁରୁଷୋତ୍ତମ ମହାନ୍ତି(ସମାଜସେବୀ), ମୁଖ୍ୟବକ୍ତା ଅକ୍ଷୟ କୁମାର ରଣା(ଅବସରପ୍ରାପ୍ତ ଅଧ୍ୟକ୍ଷ) ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ସୁନ୍ଦର ମୋ ଭାଷା ସାହିତ୍ୟ ଅନୁଷ୍ଠାନର ମୁଖପତ୍ର "ଅନନ୍ୟା" କୋରାପୁଟ ବିଷ୍ଣୁ ମିଶ୍ରଙ୍କ "ଅଭିସାରିକାର ଚିତ୍ରଲେଖା" ଓ ମାନସ କୁମାର ପାତ୍ରଙ୍କ "ଗୀତରେ ଗୀତରେ ଗଣିତ" ପାଠ୍ୟ ପୁସ୍ତକ ଉନ୍ମୋଚନ ହୋଇଥିଲା । ପ୍ରତିଷ୍ଠାତାଙ୍କ ସୁନ୍ଦର ମୋ ଭାଷା ସାହିତ୍ୟ ଅଡିଓର ଜୀବନ୍ତ ଗୀତ ଓ ସ୍ୱାଗତଂ ଅଭିନୟ ନୃତ୍ୟ ସଭିଙ୍କୁ ମନ୍ତମୁଗ୍ଧ କରିଥିଲା । ବୈଜ୍ଞାନିକ ଅଟଳ ବିଜ୍ଞାନ ଖଟୁଆ, ମାନସ ରଞ୍ଜନ ପାଠୀ, ଜଗମୋହନ ନାୟକ, ସର୍ବଗୁଣସମ୍ପନ୍ନ ବିଭୁ ନାରାୟଣ ରାଉତ, ଚିତ୍ରଶିଳ୍ପୀ କମଳିନୀ ସ୍ୱାଇଁ, ରାଜ୍ୟସ୍ତରୀୟ କବିତା, ଗଳ୍ପ, ପ୍ରବନ୍ଧ ବିଜେତା ଅନନ୍ୟା ସେନାପତି, ବସନ୍ତ କୁମାର ପଣ୍ଡା, ବୈଜୟନ୍ତୀ ସାହୁ ସମେତ ଚବିଶ ଜଣ ଓ ଶ୍ରେଷ୍ଠ ଶିଶୁ ପ୍ରବଚକ ଦ୍ଵିତୀକୃଷ୍ଣ ବାରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଧାୟକ ଭାଗୀରଥି ସେଠୀଙ୍କୁ "ଅନନ୍ୟା କଳିଙ୍ଗ ପୁତ୍ର ସମ୍ମାନ", ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ "ଅନନ୍ୟା ଭାଷା ସାହିତ୍ୟ ବିଶାରଦ ସମ୍ମାନ", ସଂଗୀତା ଦାଶଙ୍କୁ "ଅନନ୍ୟା ଭାଷା ସାହିତ୍ୟ ଅମୁଲ୍ୟ ରତ୍ନ ସମ୍ମାନ", ଅକ୍ଷୟ କୁମାର ରଣାଙ୍କୁ "ଅନନ୍ୟା ସାହିତ୍ୟ ବିଶାରଦ ସମ୍ମାନ", ମହେନ୍ଦ୍ର ପ୍ରସାଦ ଦାସଙ୍କୁ "ଅନନ୍ୟା ଶ୍ରେଷ୍ଠ ସାହିତ୍ୟ ସମୀକ୍ଷକ ସମ୍ମାନ" ଦିଆଯିବା ସଂଗେ ସଂଗେ ରାଜ୍ୟର ବିଭିନ୍ନ ବିଭାଗର ୧୧୧ଜଣ ପ୍ରତିଭାଧାରୀଙ୍କୁ ମାନପତ୍ର, ଉପଢୌକନ ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ତୃତୀୟ ତଥା ଅନ୍ତିମ  ଅଧିବେଶନ ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଶ୍ୱରଞ୍ଜନ ମହାନ୍ତି, ସାବିତ୍ରୀ ଧାରାବାହିକର ନାୟକ ମହାପ୍ରସାଦ କର, କୁଆଁରୀ ବୋହୂର ଶ୍ରଦ୍ଧା(ପ୍ରିୟଙ୍କା ରଥ) ଓ ରହିଛି ରହିବି ତୋରି ପାଇଁ(ପ୍ରକାଶ ଜେନା)ଙ୍କ ଅଭିନୟ ଓ ସଂଳାପ ରେ ମଞ୍ଚ ଦୁଲୁକିଥିଲା । ଶେଷରେ ବିଶ୍ୱରଂଜନ ମହାନ୍ତିଙ୍କୁ "ଅନନ୍ୟା ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ସମ୍ମାନ", ମହାପ୍ରସାଦ କରଙ୍କୁ "ଅନନ୍ୟା ଶ୍ରେଷ୍ଠ ନାୟକ ସମ୍ମାନ", ପ୍ରକାଶ ଜେନାଙ୍କୁ "ଅନନ୍ୟା ଶ୍ରେଷ୍ଠ ଖଳନାୟକ ସମ୍ମାନ" ଓ ପ୍ରିୟଙ୍କା ରଥଙ୍କୁ "ଅନନ୍ୟା ଶ୍ରେଷ୍ଠ ନାୟିକା ସମ୍ମାନ"ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନ ସକ୍ରିୟ କର୍ମୀ ପ୍ରଭଞ୍ଜନ ତ୍ରିପାଠୀ, ବିଷ୍ଣୁ ପ୍ରସାଦ ମିଶ୍ର, ମାନସ ରଞ୍ଜନ ମିଶ୍ର, ଅକ୍ଷୟ କୁମାର କର୍ଣ୍ଣ, ଉମାକାନ୍ତ ଦାସ, ହାସ୍ୟମୟୀ ରାଜ, ନରେନ୍ଦ୍ର ବେହେରା, ଅଜୟ କୁମାର ବିଶ୍ଵାଳ, ଅକ୍ଷୟ କୁମାର ବାରିକ, କୁମାର ଷ୍ଟାଲିନ, ବାଣୀପୀଠ ପ୍ରତିଷ୍ଠାତା ଡ଼ଃ କୁମାର ବାବୁଲି, ପଦ୍ମଲୋଚନ ପାଠାଗାର ମୁଖ୍ୟ ଡ଼ଃ ପଦ୍ମଲୋଚନ ମହାକୁଢ଼, ସମୟର ଚକ୍ର ମୁଖ୍ୟ ସର୍ବେଶ୍ୱର ଜେନା ସମେତ ଉଣେଇଶିଟି ଅନୁଷ୍ଠାନର କର୍ମକାର୍ତ୍ତାଙ୍କ ଆତ୍ମୀୟତା ପୂର୍ଣ୍ଣ ସହଯୋଗ ଉତ୍ସବକୁ ଅତ୍ୟନ୍ତ ମୁଖରିତ କରିଥିଲା । ପୃଷ୍ଠପୋଷକ ପ୍ୟାରୀମୋହନ ମଲ୍ଲିକ(ବୁନୁ), ପଞ୍ଚାନନ ମହାନ୍ତୁ, ଅଶ୍ୱିନୀ କୁମାର ମହାନ୍ତି, ପୁଷ୍ପିତା ପହି, ବିଜୟ କୁମାର ମଲ୍ଲିକ, ମାନସ ପାଠୀ, ଚିନ୍ମୟ ନାୟକ, କାହ୍ନୁ ଚରଣ ହାତୀ, ରଞ୍ଜନ ମହାପାତ୍ର ବ୍ୟବସ୍ଥା ସହାୟତା ଦେବାବେଳେ ଅମୁଲ୍ୟ ହାତୀ, ସ୍ମିତ ରଞ୍ଜନ ସେନାପତି, ନଳିନୀକାନ୍ତ ମହାନ୍ତି, ଅରୂପ ରାଉତ, ସୁଶାନ୍ତ ଜେନା, କୃପାସିନ୍ଧୁ ମଲ୍ଲିକ, ଜୟଦେବ ମହାନ୍ତି, କୋଦଣ୍ଡଧର ମଲ୍ଲିକ, ଲକ୍ଷ୍ମୀଧର ପାତ୍ର, ମଇନ ମଲ୍ଲିକ, ରବି ମଲ୍ଲିକ, ଗୋପବନ୍ଧୁ ସେନାପତିଙ୍କ ସମେତ ସମଗ୍ର ଜମ୍ଭରା ଗ୍ରାମବାସୀବୃନ୍ଦ କାର୍ଯ୍ୟକ୍ରମର ପୂର୍ଣ୍ଣ ସହାୟତା କରିଥିଲେ ।

Post a Comment

Post a Comment (0)

Previous Post Next Post