ତେଲକୋଇ ବଡ଼ଦାଣ୍ଡରେ ରଥପଥ ଉତ୍ସବ

କେନ୍ଦୁଝର ଜିଲ୍ଲାର ତେଲକୋଇ ବଡ଼ଦାଣ୍ଡରେ ଓଡ଼ିଶା ନାଟ୍ୟ ଏକାଡେମୀ ସ୍ଵୀକୃତି ପ୍ରାପ୍ତ ଜୟଦୂର୍ଗା ସଙ୍ଗୀତ ନୃତ୍ୟ କଳା ପରିଷଦ ଆନୁକୁଲ୍ୟରେ ରଥପଥ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନ ମୁଖ୍ୟ ଅଜୟ ବିଶ୍ଵାଳଙ୍କ ଦ୍ଵାରା ମଞ୍ଚ ଉଦ୍ଘାଟିତ ହେଲା ପରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ତତ୍ପରେ ଡଃ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ତେଲକୋଇ ବଣିକ ସଂଘ ସଭାପତି ଧନେଶ୍ଵର ବେହେରା ମୁଖ୍ୟ ଅତିଥି ଥିବା ବେଳେ ରାଜ୍ୟ ବିଜେପି କାର୍ଯ୍ୟାରିଣୀ ସଦସ୍ୟ ମାନସ କୁମାର ନାୟକ ବିଶିଷ୍ଟ ଅତିଥି,ସମ୍ବାଦ ପ୍ରତିନିଧି ସମାଜସେବୀ ବିରଞ୍ଚି ବେହେରା ମୁଖ୍ୟ ବକ୍ତା ଓ ସଲେଇକେନା ପଞ୍ଚାୟତ ସରପଞ୍ଚ ପାଙ୍ଗେଲା ମୁଣ୍ଡା ସମ୍ମାନିତ ଅତିଥି ଆସନରେ ଆସୀନ ହୋଇଥିଲେ।ଅତିଥି ମାନଙ୍କର ଶ୍ରୀଜଗନ୍ନାଥ ତତ୍ତ୍ଵ ଆଧାରିତ ବଚନ ସଭିଙ୍କୁ ମୁଗ୍ଧ କରିଥିଲା।ଭଜନ ସନ୍ଧ୍ୟାରେ ଅନୁଷ୍ଠାନ ସଦସ୍ୟ ଅକ୍ଷୟ କୁମାର ବାରିକ, ଡ଼ଃ ନାରାୟଣ ଚନ୍ଦ୍ର ସେନାପତି,ଶୈଳେଶ କୁମାର ନାୟକ,ଅଜୟ କୁମାର ବିଶ୍ବାଳ ,ଶିଶୁ  କେଶବ ଦାସ ଗତିକୃଷ୍ନ ଓ ଶ୍ରୀନିବାସ ସୁନ୍ଦର୍ ଜଗନ୍ନାଥ ଭଜନ ଭେଟି ଦେଇଥିଲେ।ତତ୍ପରେ ଉପସ୍ଥାପକ ଅଜୁ ଭାଇ ଓ ଶ୍ରୀଧର ପତି( ରାଜା) ଙ୍କ ଅଭିନବ ସଂଯୋଜନାରେ ପ୍ରାୟତଃ ୨୫ ଟି ଭଜନ ନୃତ୍ୟ ପରିବେଷଣ କରାଯାଇଥିଲା।ତଳସାହି ଶୁଭଶ୍ରୀ ନାୟକ ଙ୍କ ସହାୟତାରେ ଅନେକ ଶିଶୁ ପ୍ରତିଭା ଅଂଶଗ୍ରହଣ କରି ପ୍ରତିଭା ବିକାଶ କରିଥିବା ବେଳେ ଏ କାର୍ଯ୍ୟକ୍ରମକୁ ଚନ୍ଦ୍ରଶେଖର ମହାନ୍ତ,ଶଶଧର ସେଠୀ,ଅଶୋକ ବିଶ୍ଵାଳ,ଶିବ ପ୍ରସାଦ ଭାଇ ଓ ରୁଦ୍ର ମୋଦି ଆଦି ପରିଚାଳକ ଓ ଗାୟତ୍ରୀ ସାହୁ,ଆଶା ଅସୀମା ମାଝୀ ପରିଚାଳନା ସହାୟତା କରିଥିଲେ।ନୃତ୍ୟଗୁରୁ ଝୁନୁ ଭାଇଙ୍କୁ ଏଇ ଅବସରରେ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାୟତଃ ୫୦୦ ରୁ ଉର୍ଦ୍ଧ୍ବ ଜଗନ୍ନାଥ ପ୍ରେମୀ ଭକ୍ତ ଏ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିବା ବେଳେ ସମଗ୍ର ଅଞ୍ଚଳବାସୀ ଆଞ୍ଚଳିକ ପ୍ରତିଭା ମାନଙ୍କ ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଥିଲେ। ସମସ୍ତ ଅତିଥି ଓ ଜଗନ୍ନାଥ ପ୍ରେମୀ ଦର୍ଶକ ମାନଙ୍କୁ ଶିକ୍ଷକ ଅକ୍ଷୟ କୁମାର ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।


Post a Comment

Post a Comment (0)

Previous Post Next Post