ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରା, କେନ୍ଦୁଝରର ତ୍ରୟୋଦଶ ଜାତୀୟ ସ୍ତରୀୟ କଳା ସାହିତ୍ୟ ଶିକ୍ଷା ସଂସ୍କୃତି ବିଜ୍ଞାନ ସମ୍ବାଦ ଓ ସମାଜ ସେବା ଅନନ୍ୟା ମହୋତ୍ସବ - ୨୦୨୪ ରାଜଧାନୀ ଭୁବନେଶ୍ଵରର ମଦର୍ସ ପବ୍ଲିକ ସ୍କୁଲ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।୩ଟି ଅଧିବେଶନରେ ପରିଚାଳିତ କାର୍ଯ୍ୟକ୍ରମ ଯଥାକ୍ରମେ ଭାଷା ମହକ ମଞ୍ଚ, ବୌଦ୍ଧିକ ଓ ସାଂସ୍କୃତିକ ମଞ୍ଚ ଓ ସମ୍ବର୍ଦ୍ଧନା କଳା ମଞ୍ଚ ରୂପେ ଯଥାକ୍ରମେ ନୃସିଂହ ଚରଣ ସେନାପତି ଓ ଡଃ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ପ୍ରଥମ ଅଧିବେଶନରେ ସମାଜସେବୀ ବିଜୟ କୁମାର ମିଶ୍ର, ମୁଖ୍ୟ ମଞ୍ଚରେ ସମାଜସେବୀ ଶିକ୍ଷାବିତ୍ ସାହିତ୍ୟିକ ଶଶଧର ପଣ୍ଡା ଓ ଅନ୍ତିମ ଅଧିବେଶନରେ ଓଡ଼ିଶାର ମହାନ୍ ପ୍ରତିଭା ଡଃ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ମଞ୍ଚ ମୁଣ୍ଡନ କରିଥିଲେ ।ସାହିତ୍ୟ ଆମ ସ୍ପନ୍ଦନ ଆଉ ଅନନ୍ୟା ଏକ ଫୁସ୍ ଫୁସ୍ ଶ୍ରୀ ପଣ୍ଡା କହିଥିବା ବେଳେ ଅନନ୍ୟାର ସାହିତ୍ୟର ସୁରଭିରେ ବିଶ୍ଵ ସୁରଭିତ ହେବାର ଆଶା ଅନନ୍ୟା କରିପାରିବ ବୋଲି ଡଃ ପାଟ୍ଟଶାଣୀ ଆଶା ପୋଷଣ କରିଥିଲେ।ଅନ୍ୟତମ ଅତିଥି ଭାବେ ମୁଖ୍ୟ ବକ୍ତା ହାଟଡିହୀ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଓଡ଼ିଶା କଳା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ନିର୍ବାଚନ ଯୁଗ୍ମ ସଚିବ ପ୍ରମୋଦ କୁମାର ସାହୁ, ନିର୍ଦ୍ଦେଶକ ଚନ୍ଦନ ମହାପାତ୍ର, ନିର୍ଦ୍ଦେଶକ ବିଶ୍ବରଂଜନ ମହାନ୍ତି, ପ୍ରାକ୍ତନ ସହ ଜିଲ୍ଲାପାଳ ଅଲେଖ ପ୍ରସାଦ ମହାରଣା, ଅଧ୍ୟାପିକା ପୁଷ୍ପିତା ପହି, ସାହିତ୍ୟିକା ଅପର୍ଣ୍ଣା ଦାଶ, ନୃସିଂହ ମହାପାତ୍ର, ରମେଶ ଚନ୍ଦ୍ର ଟାକ୍ରୀ, ପ୍ରଫୁଲ୍ଲ କୁମାର ହୋତା ମଞ୍ଚ ମଣ୍ଡନ କରିଥିଲେ।ଏଲିଜା ଜେନାଙ୍କ ଦୁର୍ଗା ସହସ୍ର ନାମ ଓ ଅଙ୍କିତା ଦାଶଙ୍କ ଶ୍ରୀଜଗନ୍ନାଥ ଅଷ୍ଟକମ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।ସୁଶ୍ରୀ ଅନନ୍ୟା ସେନାପତିଙ୍କ ଦ୍ଵାରା ବାର୍ଷିକ ବିବରଣୀ ପଠନ କରାଯାଇଥିଲା।ପ୍ରତାପ କିଶୋର ରାଉତ, ଅଙ୍କିତା ଦାଶ, ଡଃ ତାନଶ୍ରୀ ପାଣିଗ୍ରାହୀ, ରଶ୍ମିତା ରାଉତ, ରୀତା ଅପରାଜିତା ମହାନ୍ତି, ଡଃ ନାରାୟଣ ସେନାପତି ଓ ପ୍ରଭଞ୍ଜନ ତ୍ରିପାଠୀଙ୍କ ବଳିଷ୍ଠ ସଂଯୋଜନାରେ ୧୫୦ରୁ ଉର୍ଦ୍ଧ୍ବ ଯୁଗଳବନ୍ଦୀ କବିତା ପାଠ କରାଯାଇଥିଲା।ଏହି ଉତ୍ସବ ନିମନ୍ତେ ଅନୁଷ୍ଠିତ ପ୍ରତିଯୋଗିତାର ୧୫୪ ଜଣ ପ୍ରତିଭାଙ୍କୁ ସମ୍ମାନ ସନନ୍ଦ ଅର୍ପଣ କରାଯାଇଥିଲା।ଭୁବନେଶ୍ଵରର ଏଲିଜା ଜେନାଙ୍କୁ ୨୦୨୪ର ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା।ଓଡ଼ିଶାର ୩୦ ଜିଲ୍ଲା, ଜିଲ୍ଲା ବାହାର ଏମିତିକି ଆମ ଦେଶ ବାହାରର ମୋଟ ୨୬୦ ଜଣ ପ୍ରତିଭାଙ୍କୁ ମାନପତ୍ର ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଏଲିଜା ଜେନା, ପୁଷ୍ପଲତା ମିଶ୍ର ଓ ସୁପ୍ରିୟା ମିଶ୍ରଙ୍କୁ ଶ୍ରେଷ୍ଠ ଓଡ଼ିଆଣୀ ରୂପେ ସମ୍ମାନିତ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ବାର୍ଷିକ ମୁଖପତ୍ର ଅନନ୍ୟା, ଅପର୍ଣ୍ଣା ଦାଶଙ୍କ ନୀଳଚକ୍ର, ପୁଷ୍ପଲତା ମିଶ୍ରଙ୍କ ଅବ୍ୟକ୍ତ ଭାଵନା, ଶକୁନ୍ତଳା ଓଝାଙ୍କ ମୁଠାଏ ସ୍ବପ୍ନ ଓ ଦୁର୍ଯ୍ୟୋଧନ ସାହୁଙ୍କ ଭକ୍ତି ରସାମୃତ ଓ ଭକ୍ତି କୌମୁଦୀ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମରେ ନାୟିକା ସୁଶ୍ରୀ ଆରଧ୍ୟାଙ୍କ ନୂଆ ମ୍ୟୁଜିକ୍ ଭିଡିଓ ଧିରେ ଧିରେ ଫସେଇ ଦେଲୁନ ନୃତ୍ୟ, ପୁଷ୍ପଲତା ମିଶ୍ର ଓ ସୌଦାମିନୀ ତ୍ରିପାଠୀଙ୍କ ସର୍ବଶିକ୍ଷା ଅଭିଯାନ ଅଭିନୟ ଓ ଦେବେନ୍ଦ୍ର ନାୟକଙ୍କ ଜଗତରେ ଦେଖିନାହିଁ ଏମିତି ଠାକୁର ଅଭିନୟ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ସୁଦୂର କନ୍ଧମାଳ ଓ ରାୟଗଡା ର କୀର୍ତ୍ତନ ମଣ୍ଡଳୀଙ୍କ ବାଳିକା ମାନଙ୍କ ସଙ୍କୀର୍ତ୍ତନ,ଭାଇ ଭଉଣୀଙ୍କ ଲୋକନୃତ୍ୟ ସଭିଙ୍କୁ ଅଭିଭୂତ କରିଥିଲା।ମଞ୍ଚ ପରିଚାଳନା ପ୍ରତୀକ ମିଶ୍ର,ଦେବଶ୍ରୀତା ମହାପାତ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ର, ଦୈତ୍ୟାରୀ ବେହେରା କରିଥିବା ବେଳେ ପରିଚୟ ପ୍ରଦାନ କରିଥିଲେ ଡଃ ତାନଶ୍ରୀ ପାଣିଗ୍ରାହୀ ଓ ଶାନ୍ତିଲତା ପଣ୍ଡା ଓ ଧନ୍ୟବାଦ ଅର୍ପଣ କରିଥିଲେ ଡଃ ସଂଯୁକ୍ତା ପରିଡ଼ା, ପୂର୍ଣ୍ଣଚନ୍ଦ୍ର ମେହେର ଓ ପ୍ରାଣବନ୍ଧୁ ରାଉତ ।

Post a Comment