ଅଭିସାର - ଏକ ପ୍ରେମ କାହାଣୀ

ଫ୍ୟୁଜନ ଏଣ୍ଟରଟେନମେଣ୍ଟ ମିଡ଼ିଆ ହାଉସ ନିବେଦିତ 'ଅଭିସାର' ଏକ ପ୍ରେମ କାହାଣୀ । ଡକ୍ଟର ସଂଘମିତ୍ରା ଭଞ୍ଜଙ୍କ ଲିଖିତ ଏବଂ ରଞ୍ଜିତ ମହାନ୍ତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର 'ଅଭିସାର' କେବଳ ଓଡିଶା ନୁହେଁ ସମଗ୍ର ଭାରତବର୍ଷର ସିନେ ଜଗତ ପାଇଁ ଏକ ମାଇଲ ଖୁଣ୍ଟ ହେବ କହିଲେ ଭୁଲ ହେବ ନାହିଁ । ଆଗରୁ ବୋଧହୁଏ ଏଭଳି ଚଳଚ୍ଚିତ୍ର କେବେ ନିର୍ମାଣ ହୋଇନାହିଁ । ପ୍ରଯୋଜକ ଓ ନିର୍ଦ୍ଦେଶକ ରଞ୍ଜିତ ମହାନ୍ତିଙ୍କ ସଂଯୋଜିତ ସଂଳାପ ଓ ଚିତ୍ରନାଟ୍ୟ ନିର୍ଦ୍ଦେଶନା ଚଳଚ୍ଚିତ୍ରଟିକୁ ଖୁବ ବାସ୍ତବଧର୍ମୀ କରିବାରେ ସଫଳ ହୋଇ ପାରିବ ଏହା ନିଃସନ୍ଦେହ । 'ଅଭିସାର' ଏକ ଭିନ୍ନ ସ୍ଵାଦର ଚଳଚ୍ଚିତ୍ର, ଯାହା ଓଡ଼ିଶା ମାଟିର ଏକ ସମ୍ପୂର୍ଣ୍ଣ ମୌଳିକ କାହାଣୀ ଅଟେ । ଓଡ଼ିଶାର ମାଟି, ପାଣି, ପବନରେ ନିର୍ମିତ୍ତ ଏହି ଚଳଚ୍ଚିତ୍ରରେ ନବାଗତ ନାୟକ ନାୟିକାଙ୍କ ନିକ୍ଷୁଣ ଅଭିନୟ ଚଳଚ୍ଚିତ୍ରଟିକୁ ଖୁବ ଜୀବନ୍ତ କରି ପାରିଛି ବୋଲି ଆମେ ସମ୍ପୁର୍ଣ୍ଣ ଆଶାବାଦୀ । ପ୍ରଥମ କରି ଓଡ଼ିଆ ସିନେ ଜଗତରେ ଜଣେ କିନ୍ନର ଭଉଣୀଙ୍କୁ ଏହି ଚଳଚ୍ଚିତ୍ରର ନାୟିକା ଭାବେ ଦେଖିବାକୁ ମିଳିଛି । ଗୋଟିଏ ନିଚ୍ଛକ ପ୍ରେମ କାହାଣୀର ଅବତାରଣା ଘଟିଛି ଏହି ଚଳଚ୍ଚିତ୍ରରେ ।

ଚଳିତ ବର୍ଷ ମଇ ମାସରେ ଏହି ଚଳଚ୍ଚିତ୍ରର ଶୁଭ ମହୁରତ କାର୍ଯ୍ୟକ୍ରମ ଶେଷ ହେବା ପରେ ଓଡିଶାର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇ ସାରିଛି । ତା ୨୩-୦୭-୨୦୨୩ ଦିନ ଭୁବନେଶ୍ୱରସ୍ଥିତ ଆର୍ଯ୍ୟ ପ୍ୟାଲେସ ହୋଟେଲ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅଭିସାର ଚଳଚ୍ଚିତ୍ରର ପୋଷ୍ଟର ରିଲିଜ କାର୍ଯ୍ୟକ୍ରମ ଶେଷ ହୋଇଛି । ଖୁବଶୀଘ୍ର ଓଡିଶାର ବିଭିନ୍ନ ପ୍ରେକ୍ଷାଳୟରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାକୁ ଯାଉଛି ।

ଓଡିଶା ସିନେ ଜଗତକୁ ଫ୍ୟୁଜନ ଏଣ୍ଟରଟେନମେଣ୍ଟ ମିଡ଼ିଆ ହାଉସ ପକ୍ଷରୁ ଏହା ପ୍ରଥମ ଅବଦାନ । ଓଡିଶାର ସିନେ ପ୍ରେମୀ ଦର୍ଶକମାନଙ୍କ ଦୃଦୟକୁ ନିଶ୍ଚୟ ଏହି ଚଳଚ୍ଚିତ୍ରଟି ସ୍ପର୍ଶ କରିବ ବୋଲି ଫ୍ୟୁଜନ ଏଣ୍ଟରଟେନମେଣ୍ଟ ମିଡ଼ିଆ ହାଉସ ସମ୍ପୁର୍ଣ୍ଣ ଆଶାବାଦୀ । ଓଡିଆ ଦର୍ଶକମାନଙ୍କ ଭଲପାଇବା ଏହି କ୍ଷେତ୍ରରେ ଆଗକୁ ବଢିବା ପାଇଁ ଫ୍ୟୁଜନ ଏଣ୍ଟରଟେନମେଣ୍ଟ ନିମନ୍ତେ ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ ।

Post a Comment

Post a Comment (0)

Previous Post Next Post