ବିପ୍ଳବୀ କବି ସମରେନ୍ଦ୍ର ନାୟକଙ୍କ ୬୯ତମ ଜୟନ୍ତୀ ସମାରୋହ

ବାଲେଶ୍ଵର - ତା ୪/୧୧/୨୦୧୯ - ଆଜୀବନ ସାରସ୍ଵତ ସାଧନାରେ ନିଜକୁ ନିମଗ୍ନ ରଖି ଆସିଥିବା ବିପ୍ଳବୀ କବି ସମରେନ୍ଦ୍ର ନାୟକଙ୍କ ୬୯ତମ ଜୟନ୍ତୀ ପାଳନ ସମାରୋହ ଆସନ୍ତା ତା ୬/୧୧/୨୦୧୯ ରିଖ ବୁଧବାର ଅପରାହ୍ନ ୫ ଘଟିକା ସମୟରେ ବାଲେଶ୍ଵରସ୍ଥିତ ନୃତ୍ୟ ସଙ୍ଗୀତ କଳାମନ୍ଦିର ସଭାଗୃହରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ସଭାପତିତ୍ୱ କରିବେ ନୃତ୍ୟ ସଙ୍ଗୀତ କଳାମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାଶ । ବରିଷ୍ଠ ଶ୍ରମିକ ନେତା ଶ୍ରୀଯୁକ୍ତ ପ୍ରଦୀପ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଓ କବି ରାଧା ରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି କାର୍ଯ୍ୟକ୍ରମର ଆବାହିକା ଶ୍ରୀମତୀ ଜୟନ୍ତୀ ନାୟକ ସୂଚନା ଦେଇଛନ୍ତି । 

Post a Comment

Post a Comment (0)

Previous Post Next Post