ଜଗନ୍ନାଥ ସଂସ୍କୃତିରେ ରଥଯାତ୍ରାର ପରମ୍ପରା

ଜଗନ୍ନାଥ ସଂସ୍କୃତିରେ ରଥ ଯାତ୍ରାର ପରମ୍ପରା ସମଗ୍ର ବିଶ୍ଵ ବିଖ୍ୟାତ । ଏହି ଉତ୍ସବର ଆୟୋଜନ ନିମିତ୍ତ ସ୍ଵୟଂ ଜଗନ୍ନାଥ ରାଣୀ ଗୁଣ୍ଡିଚାଙ୍କୁ ସ୍ଵପ୍ନାଦେଶ କରିଥିଲେ । ପୁରାଣରେ ବର୍ଣ୍ଣିତ ଅଛି, ଜରାଶବର ଅଝାଡ ଝାଡ଼ ଜଂଗଲ ମଧ୍ୟରେ ଶ୍ରୀ ଜଗନ୍ନାଥଂକୁ ଅତ୍ୟନ୍ତ ଭକ୍ତିର ସହିତ ପୂଜା କରୁଥିଲେ । ବିଦ୍ୟାପତି ଶ୍ରୀଜଗନ୍ନାଥଙ୍କୁ ଚୋରି କରି ଆଣି ରାଜା ଇନ୍ଦ୍ରଦ୍ୟୁମ୍ଣଙ୍କୁ ପ୍ରଦାନ କରିବା ପରେ ମହାପ୍ରଭୁଙ୍କ ବିଗ୍ରହକୁ ଶ୍ରୀମନ୍ଦିରରେ ସ୍ଥାପନା ପୁର୍ବକ ପୂଜା କରାଗଲା । ତେଣେ ଜାରାଶବର ତାଙ୍କର ପ୍ରିୟ ଆରାଧ୍ୟ ଦେବତାଙ୍କୁ ହରାଇ ପାଗଳପ୍ରାୟ ଘୁରିବୁଲିଲେ । ଶେଷରେ ଶ୍ରୀମନ୍ଦିରରେ ପ୍ରଭୁ ବିରାଜମାନ ଥିବାର ସନ୍ଧାନ ପାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ରାଜା ଇନ୍ଦ୍ରଦ୍ୟୁମ୍ଣଙ୍କ ଅନୁମତି ଲୋଡିଥିଲେ । ଅଛୁଆଁ ଜାତିର ହୋଇଥିବାରୁ ତାଙ୍କୁ ଦର୍ଶନ ନିମିତ୍ତ ଅନୁମତି ମିଳିନଥିଲା । ଯୁଗେ ଯୁଗେ ଭକ୍ତ ପାଇଁ ଭଗବାନ । ଏହା ଦେଖି ମହାପ୍ରଭୁ ଜଗନ୍ନାଥ ଖୁବ୍ ଅସ୍ଥିର ହୋଇ ପଡିଲେ ଏବଂ ମହାରାଣୀଙ୍କୁ ସ୍ଵପ୍ନାଦେଶ କଲେ ରଥଯାତ୍ରା କରିବା ପାଇଁ ଯାହା ବଡଦାଣ୍ଡରେ ଭକ୍ତ ଆଉ ଭାଗବାନଙ୍କର ମହାମିଳନ ସମ୍ଭବ ହେବ । ସେହିଦିନ ଠାରୁ ଜାତି, ଧର୍ମ ଆଉ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତଙ୍କ ଦର୍ଶନ ନିମିତ୍ତ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି ।

Post a Comment

Post a Comment (0)

Previous Post Next Post