୪୦ତମ ବାଣୀପୀଠ ମହୋତ୍ସବ ଅବସରରେ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ

ମୟୂରଭଞ୍ଜସ୍ଥିତ କଳା-ସାହିତ୍ୟ-ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ "ବାଣୀପୀଠ" ପକ୍ଷରୁ ପ୍ରତିବର୍ଷ ଭଳି ଆଗାମୀ ୨୦୨୦ ଜାନୁଆରୀ ୧୧ ଓ ୧୨ ତାରିଖ (ଶନିବାର ଓ ରବିବାର) ଦୁଇଦିନବ୍ୟାପୀ ୪୦ତମ ବାଣୀପୀଠ ମହୋତ୍ସବ ପାଳିତ ହେବାକୁ ଯାଉଛି । ଏହି ଅବସରରେ ପ୍ରତିଭା ପ୍ରୋତ୍ସ।ହନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ପୁରପଲ୍ଲୀରେ ଲୁକ୍କାୟିତଭାବେ ରହିଥିବା ପ୍ରତିଭାମାନଙ୍କୁ ଖୋଜି ସେମାନଙ୍କୁ ପ୍ରୋତ୍ସ।ହନ ପ୍ରଦାନ କରିବା ଏହି ଅଭିଯାନର ମୂଳଲକ୍ଷ୍ୟ । ଜଣେ ପ୍ରତିଭାଙ୍କୁ ୪ ଗୋଟି ସ୍ତରରେ ସମ୍ମାନିତ କରାଯିବ, ଯଥା - ପ୍ରଥମସ୍ତରରେ 'ପ୍ରତିଭା ସମ୍ମାନପତ୍ର', ଦ୍ଵିତୀୟସ୍ତରରେ 'ରାଜ୍ୟ ସ୍ଵୀକୃତି', ତୃତୀୟସ୍ତରରେ 'ରାଜ୍ୟ ସମ୍ବର୍ଦ୍ଧନା' ଓ ଚତୁର୍ଥସ୍ତରରେ ୨୦ ବର୍ଷରୁ ୪୯ ବର୍ଷ ମଧ୍ୟରେ ବୟସ ମଧ୍ୟରେ ଜଣେ ଯୁବପୁରୁଷ ଓ ଜଣେ ଯୁବମହିଳା ତଥା ୫୦ ବର୍ଷରୁ ଉର୍ଦ୍ଧ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ଉପାଧି 'ବାଣୀରତ୍ନ' ପ୍ରଦାନ କରାଯିବ । ୧୬ ଗୋଟି ରାଜ୍ୟସ୍ତରୀୟ ଉପାଧି ମଧ୍ୟରେ ବାଣୀପ୍ରଜ୍ଞା, ବାଣୀଭୂଷଣ, ବାଣୀବିନୋଦ, ବାଣୀମଞ୍ଜୁଳ, ବାଣୀଶ୍ରୀ, ସେବକଶ୍ରୀ, ଶିକ୍ଷାଶ୍ରୀ, ସବୁଜଶ୍ରୀ, ଭଞ୍ଜପ୍ରଦୀପ, ଭଞ୍ଜଗୌରବ, କବିଗୌରବ, ଉତ୍କଳକନ୍ୟା, ଭଞ୍ଜକନ୍ୟା, ଶିକ୍ଷାଜ୍ୟୋତି, କବିରତ୍ନ ଏବଂ କବିପ୍ରାଣ ଆଦି ସମ୍ମାନ ଗୁଡିକ ପ୍ରଦାନ କରାଯିବ । ଶ୍ରେଷ୍ଠ 'ବାଣୀପୀଠ ପୁରସ୍କାର' ନିମନ୍ତେ ଏକଲକ୍ଷ ଟଙ୍କା ମୂଲ୍ୟର ପଲିସି ବଣ୍ଡ ସହିତ ଉପାୟନ, ଟ୍ରଫି ଓ ପଦକ ପ୍ରଦାନ କରାଯିବ । ଏହି ରାଜ୍ୟସ୍ତରୀୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ନିମନ୍ତେ କଳା, ସାହିତ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଜଡିତଥିବା ପ୍ରତ୍ୟେକ ବର୍ଗର ପ୍ରତିଭାମାନେ ଚଳିତମାସ ୧୧ ତାରିଖ ସୁଧା ଆବେଦନ କରିପାରିବେ ବୋଲି ଅନୁଷ୍ଠାନର ସମ୍ପାଦକ ଜଣାଇଛନ୍ତି ।

Post a Comment

Post a Comment (0)

Previous Post Next Post