ସ୍ଵର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୮୭ତମ ଜନ୍ମ ଜୟନ୍ତୀ ଅବସରରେ ଦୁଇପଦ


ଭୁବନେଶ୍ୱର - ତା ୦୭/୧୧/୨୦୧୯ - କଟକ ଜିଲ୍ଲାର କୁସୁପୁର ଗ୍ରାମରେ ୧୯୩୨ ମସିହା ନଭେମ୍ବର ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପ୍ରଦ୍ୟୁମ୍ନ ବଳ । ସେ ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ନାତି ଅଟନ୍ତି । ଓଡିଶାର ରାଜନୀତି, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରଦ୍ୟୁମ୍ନ ବଳ ଥିଲେ ଜଣେ ଅତୁଳନୀୟ ଓ ଅଦ୍ଵିତୀୟ ବ୍ୟକ୍ତିତ୍ଵ । କୈଶୋର ବଯସରୁ ବୃହତ୍ତର ସମାଜସେବା କ୍ଷେତ୍ରରେ ସେ ଥିଲେ ଅନନ୍ୟ ଓ ଅସାଧାରଣ । ୧୯୬୩ ମସିହାରୁ ସକ୍ରିୟ ରାଜନୀତିରେ ଯୋଗଦେଇ ଜଣେ ସଚ୍ଚୋଟ ଓ କର୍ମଠ ରାଜନେତାର ପରିଚୟ ତିଆରି କରିଥିଲେ ସୁଧା ଅଧିକ ସମୟ ରାଜନୀତିରେ ନିଜକୁ ସଂଶ୍ଳିଷ୍ଟ କରିବାକୁ ଚାହିଁ ନଥିଲେ । କାରଣ ରାଜନୀତିର ଗୋଳିଆପାଣିରେ ସେ ନିଜକୁ ଅଣନିଶ୍ଵାସୀ ଅନୁଭବ କରି ୧୯୮୦ ମସିହାରେ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ । ପରବର୍ତ୍ତୀ ସମୟରେ ସାମ୍ବାଦିକତା ନିମନ୍ତେ ମନବଳାଇଥିଲେ । ଏବଂ ସମାଜର ଦଳିତ ଓ ନିଷ୍ପେସିତମାନଙ୍କୁ ନ୍ୟାୟଦେବା ନିମନ୍ତେ ତାଙ୍କ ସଂଗ୍ରାମ ଆରମ୍ଭ ହୋଇଥିଲା । ଦୈନିକ ପ୍ରଗତିବାଦୀର ଜଣେ ସ୍ତମ୍ଭକାର ଭାବେ ନିଜର ବଳିଷ୍ଠ ଓ ନିର୍ଭୀକ ଲେଖନୀ ଜରିଆରେ ଆରମ୍ଭ ହୋଇଥିଲା ସମାଜର ଅନ୍ୟାୟ ଅନୀତି ବିରୁଦ୍ଧରେ ଆରମ୍ଭ ହୋଇଥିଲା ତାଙ୍କର ଅବିଶ୍ରାନ୍ତ ଯୁଦ୍ଧଯାତ୍ରା । ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ଜାରି ରହିଥିଲା । ୧୯୯୯ ମସିହା ଡିସେମ୍ବର ୨ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ପ୍ରତିଷ୍ଠିତ ଓଡିଶା ତଥା ସମଗ୍ର ବିଶ୍ଵରେ ଆଜି ସୁନାମ ଅର୍ଜନ କରିଥିବା KISS ଓ KIIT ହେଉଛି ତାଙ୍କର ମାନସ ସନ୍ତାନ । 

Post a Comment

Post a Comment (0)

Previous Post Next Post