ବଣମଲ୍ଲୀ ଭର୍ଚୁଆଲ କବିତା ଆସର




ତା ୧୫.୦୧.୨୦୨୩ ରିଖରେ ବଣମଲ୍ଲୀର ମହକ ଓ କବିର ଘର ଅନୁଷ୍ଠାନର ୱେବ ଡୋମିନ (www.banamalli.org) ଦ୍ଵାରା ଭର୍ଚୁଆଲ ମୋଡରେ କବିତା ପ୍ରତିଯୋଗିତାର ଆୟୋଜନ ହୋଇଯାଇଛି । କବିଙ୍କ ଅମୂଲ୍ୟ ସୃଷ୍ଟିକୁ ପରଖି ତା’ର ମୂଲ୍ୟାୟନ ଅଥବା ସୃଜନୀର ମାନ ନିରୂପଣ କରିବା ଏହି କବିତା ପ୍ରତିଯୋଗିତାର ଲକ୍ଷ୍ୟ ନଥିଲା । ଏହି ଦୁଇ ସାରସ୍ଵତ ଅନୁଷ୍ଠାନ ବୈଜ୍ଞାନିକ ବିକାଶର ଧାରାରେ, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ନିଜକୁ ନିୟୋଜିତ କରି ଓଡିଆ ଭାଷା ସାହିତ୍ୟର ସାମଗ୍ରିକ ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟରତ । ଏଭଳି ଆସରର ମୂଳଲକ୍ଷ୍ୟ ଥିଲା, ନବାଗତ ସାହିତ୍ୟମନସ୍କ ମାନଙ୍କୁ ସାହିତ୍ୟ ପ୍ରତି ଅଧିକରୁ ଅଧିକ ଆକୃଷ୍ଟ କରିବା । ଅର୍ଥାତ ପରସ୍ପରକୁ ପଢିବା.. ଶୁଣିବା ଓ ପଢାଇବା.. ଶୁଣାଇବା । ଏହି ଆସର ନିମନ୍ତେ ପଚାଶରୁ ଊର୍ଦ୍ଧ୍ଵ କବିତା ପହଞ୍ଚିବା ସହିତ ଅନେକ ସ୍ଥାନରୁ କବି ବନ୍ଧୁମାନେ ଭର୍ଚୁଆଲ ମୋଡରେ ଯୋଗଦେଇ ଏହି କବିତା ଆସରକୁ ସାଫଲ୍ୟମଣ୍ଡିତ କରିଥିଲେ ।


Post a Comment

Post a Comment (0)

Previous Post Next Post