ଶ୍ରୀ ଶ୍ରୀ ଦଧିବାମନଜୀଉ ସାହିତ୍ୟ ସଂସ୍କୃତି ପରିଷଦର ପଞ୍ଚମ ବାର୍ଷିକୀ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ

ଭଦ୍ରକ - ପ୍ରତିବର୍ଷଭଳି ଏହି ବର୍ଷ ନଭେମ୍ବର ୨୪ ତାରିଖ ରବିବାର ପୂର୍ବାହ୍ନ ୯ ଘଟିକାରୁ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ ଅଧିନସ୍ଥ ଆଖୁଆପଦାର ହରି ସିଂ କୀର୍ତ୍ତନ ମଣ୍ଡପଠାରେ ଶ୍ରୀ ଶ୍ରୀ ଦଧିବାମନ ଜୀଉ ସାହିତ୍ୟ ସଂସ୍କୃତି ପରିଷଦର ପଞ୍ଚମ ବାର୍ଷିକୀ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହେବ । ଏହି ଅବସରରେ କବିତାପାଠର ଆୟୋଜନ ହେବା ସହ ପରିଷଦର ବାର୍ଷିକ ମୁଖପତ୍ର 'ଶ୍ରୀ ଦଧିବାମନ' ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି । ୧୦ ରୁ ୧୨ ଧାଡି ମଧ୍ୟରେ ରଚିତ କବିତା ପାଠ କରିବା ନିମନ୍ତେ ଓଡିଶାର କବି ଓ କବୟିତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଆହ୍ଵାନ କରାଯାଇଛି । କବିତାପାଠରେ ଅଂଶଗ୍ରହଣ କରିଥିବା ସମସ୍ତ କବି କବୟିତ୍ରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Post a Comment

Post a Comment (0)

Previous Post Next Post