ଚନ୍ଦନେଶ୍ଵର କଳାସଂସ୍କୃତି ପରିଷଦର ତୃତୀୟ ବାର୍ଷିକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ

ଯାଜପୁର - ତା ୧୦/୧୧/୨୦୧୯ ରିଖ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଯାଜପୁର ଜିଲ୍ଲା କୁଆଖିଆ ଚନ୍ଦନବେଢାସ୍ଥିତ ଚନ୍ଦନେଶ୍ଵର କଳାସଂସ୍କୃତି ପ୍ରୋତ୍ସାହନ ପରିଷଦର ତୃତୀୟ ବାର୍ଷିକ ମହୋତ୍ସବ ଚନ୍ଦନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମହାସମାସରୋହରେ ପାଳିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ମାଳିକା ବିଶାରଦ ପ୍ରବଚକ ଶ୍ରୀଯୁକ୍ତ ବିଭୁତି ଭୂଷଣ ପାଳ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । କବୟତ୍ରୀ ଜୟଲକ୍ଷ୍ମୀ ସେଠୀଙ୍କର "ହେ ସଖା" ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏଥି ସହିତ ଓଡିଶାର ଲବ୍ଧପ୍ରତିଷ୍ଠିତ ୫ ଜଣ ମହାନ କଳାକାର ଗାୟକ ସମ୍ରାଟ୍ ଲକ୍ଷ୍ମୀଧର ରାଉତ, ଗାୟକ ସିଦ୍ଧାନ୍ତଦର୍ଶୀ ମଦନମୋହନ ଜେନା, ବାଦ୍ୟ କୌଶଳୀ ବାଇଧର ସାହୁ, କିର୍ତ୍ତନ ବିଶାରଦ ନୃସିଂହ ଚରଣ ରାଉତ, ବଂଶୀ ବାଦକ ଧୃବ ଚରଣ ମଲ୍ଲିକ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

Post a Comment

Post a Comment (0)

Previous Post Next Post