
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ୨୨ତମ ପୁସ୍ତକମେଳା ଓ ଶିଶୁ ମହୋତ୍ସବ ନଭେମ୍ବର ୧ ରୁ ଆରମ୍ଭ ହୋଇ ୧୦ ତାରିଖ ରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ନଭେମ୍ବର ୪ ତାରିଖରେ ଓଡିଆ ଭାଷା ସାହିତ୍ୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶାର କିଛି ପ୍ରତିଷ୍ଠିତ ମହିଳାମାନଙ୍କ ପ୍ରଚେଷ୍ଟାରେ ପ୍ରତିବର୍ଷ ଏହି ପୁସ୍ତକମେଳା ଓ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଆସୁଅଛି ।
Post a Comment