ଦେବଗଡ଼ / ବାରକୋଟ/ କଣ୍ଢଳ - ତା ୧୨/୧୧/୨୦୧୯ - ପତିତପାବନ ସାହିତ୍ୟ ସଂସଦ, କଣ୍ଢଳର ତ୍ରୟୋମାସିକ ମୁଖପତ୍ର ଜ୍ଞାନସାରଥିର ଚତୁର୍ଦ୍ଦଶତମ ବାର୍ଷିକ ସାରସ୍ବତ ସମାରୋହ‐୨୦୧୯ ସଭାପତି ଶ୍ରୀଯୁକ୍ତ ଶଶୀଭୂଷଣ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା | ମୁଖ୍ୟଅତିଥି ଡଃ ବିଜୟାନନ୍ଦ ସିଂହ, ଆବାହକ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ, ନୂଆଦିଲ୍ଲୀ , ସମ୍ମାନିଚ ଅତିଥି ଶ୍ରୀମତୀ ରତ୍ନପ୍ରଭା ବାଈ, ତାଳଚେର , ମୁଖ୍ୟବକ୍ତା ଡଃ ବିଜୟ କୁମାର ଶତପଥି, ଅଦସରପ୍ରାପ୍ତ ପ୍ରଫେସର ଉତ୍କଳ ୟୁନିଭରସିଟି, ଭୁବନେଶ୍ବର ଓ ସମ୍ମାନିତ ବକ୍ତା ଡଃ ଲକ୍ଷ୍ମଣ ସାହୁ, ମୁଖ୍ୟ ଅଧ୍ୟାପକ, ଓଡ଼ିଆ ବିଭାଗ, ମହାନଦୀ ମହିଳା ମହାବିଦ୍ୟାଳୟ, କଟକ ଯୋଗ ଦେଇଥିଲେ | ଏହି ସମାରୋହରେ ମୁଖ୍ୟ ଅତିଥି ଡକ୍ଟର ବିଜୟା ନନ୍ଦ ସିଂହ ସୂର୍ଯ୍ୟପ୍ରଭାର ନିୟମିତ ଲେଖନୀ ଚାଳନା କରି ଆସୁଥିବା ଡଃ ଲକ୍ଷ୍ମଣ ସାହୁଙ୍କୁ ଜ୍ଞାନସାରଥି ପ୍ରବନ୍ଧ ସମ୍ମାନ -୧୯ରେ ସମ୍ମାନିତ କରିଥିଲେ । ଏଥିପାଇଁ ଡକ୍ଟର ସାହୁ ସଂସଦର ସମସ୍ତ କର୍ମକର୍ତ୍ତା, କଣ୍ଢଳ ଗଜଲକ୍ଷ୍ମୀ ପୂଜା ଓ ବଜାର କମିଟି, ସର୍ବୋପରି ଶ୍ରୀ ଟିକେଶ୍ୱର ସାହୁ, ଅନିରୁଦ୍ଧ ନାୟକ, ଦୟାନନ୍ଦ ସାମଲ ପ୍ରଭୃତିଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି । ଡକ୍ଟର ସାହୁ ନିକଟରେ ପ୍ରବନ୍ଧ ପାଇଁ ଶ୍ରୀଗଣେଶ ସମ୍ମାନ ଓ କାହ୍ନା ' ଦୀର୍ଘ କାବ୍ୟ ପାଇଁ 'ପ୍ରଣୟ କବି' ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସୂର୍ଯ୍ୟପ୍ରଭା ତାଙ୍କୁ ସ୍ତମ୍ଭ ଲେଖିବାର ସୁଯୋଗ ଦେଇଥିବାରୁ ସେ ସୂର୍ଯ୍ୟପ୍ରଭାର ପରିବାର ତଥା ପାଠକମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।

Post a Comment