
କଟକ - ୧୨/୧୦/୨୦୧୯ ନିକଟରେ ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଯୁକ୍ତ ତିନି ତୃତୀୟ ଓ ଦ୍ୱିତୀୟ ବର୍ଷର ଛାତ୍ରୀମାନଙ୍କ ପକ୍ଷରୁ ପ୍ରଥମ ବର୍ଷର ନବାଗତା ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡକ୍ଟର ଲକ୍ଷ୍ମଣ ସାହୁ ଓ ଅଧ୍ୟାପିକା ଅଞ୍ଜଳି ବାଳା ଦାସ ପରିଚାଳନା କରିଥିଲେ । ତୃତୀୟ ଓ ଦ୍ୱିତୀୟ ବର୍ଷର ଛାତ୍ରୀ ପାୟଲ୍ ରାଉତ, ନିକିତା ବେହେରା, ଅଭିଲିପ୍ସା ପଣ୍ତା ପ୍ରମୁଖ ସ୍ୱକୀୟ ବକୃତା ଦ୍ବାରା ନବାଗତ ଛାତ୍ରୀମାନଙ୍କୁ ସ୍ୱାଗତ କରିବା ସଂଗେ ସଂଗେ ପରାମର୍ଶ ଦେଇଥିଲେ । ଏଥିରେ ଛାତ୍ରୀ ମନୀଷାରାଣୀ ବେହେରା, ରୋଷନୀ, ମନୀଷା ଭୋଇ, ଅର୍ଚ୍ଚନା ପଲ୍ଲବ, ସ୍ନିଗ୍ଧାରାଣୀ ନାୟକ, ଅଲିଶା ପରୱାନୀ, ରାଜଶ୍ରୀ ପ୍ରଧାନ, ପ୍ରମୁଖ ପ୍ରଥମ ବର୍ଷର ଛାତ୍ରୀ ପଲ୍ଲବୀ ନାୟକ, ମନୀଷା, ରାଜନନ୍ଦିନୀ, ହରପ୍ରିୟା ସାମଲଙ୍କୁ ପୁଷ୍ପ ଓ ଉପକରଣ ଦେଇ ସ୍ୱାଗତ କରିଥିଲେ । ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦୀପ ଦାନ ମଙ୍ଗଳ ଶ୍ଳୋକ ଆବୃତ୍ତି କରାଯାଇ କାର୍ଯ୍ୟାରମ୍ଭ କରାଯାଇଥିଲା । ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପିକା ନିହାରିକା ନାୟକ, ଅଧ୍ୟାପିକା ଅନୁପମା ନନ୍ଦ, ଅଧ୍ୟାପିକା ପ୍ରଣୟ ମଞ୍ଜରୀ ମହାନ୍ତି, ଅଧ୍ୟାପିକା ମନସ୍ୱନୀ ମିଶ୍ର , ଅଧ୍ୟାପିକା ମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଉତ୍ସବକୁ ସଫଳ କରିଥିଲେ ।
Post a Comment