
ଜଗତସିଂହପୁର - ତା ୨୫/୧୨/୨୦୧୯ ବୁଧବାର ବଡଦିନରେ ଜଗତସିଂହପୁର , ଶାଗବାରିଆ , ତିରଣ ଠାରେ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସର୍ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସମାରୋହରେ ସଭାପତିତ୍ୱ କରିଥିଲେ ପଣ୍ଡିତ ନାରାୟଣ ଦେବତା । ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଗୋଲକ ବିହାରୀ ପଲାଇ , ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଗାଳ୍ପିକ ରବି ସ୍ୱାଇଁ, ସମ୍ମାନୀୟ ବକ୍ତା ଭାବେ ଭାବେ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପିତାମ୍ବର ତରାଇ , ବରେଣ୍ୟ ଅତିଥି ପୂର୍ବତନ ଦୂରଦର୍ଶନ ଉପନିର୍ଦ୍ଦେଶକ ନିତ୍ୟାନନ୍ଦ ଜେନା, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅକ୍ଷୟ କୁମାର ରାଉତ, ସୁଶ୍ରୀ ଶୁଭଶ୍ରୀ ପତ୍ରିକାର ସଂପାଦିକା ସୁସାହିତ୍ୟିକା ବସନ୍ତ ମଂଜରୀ ଦାସ ମଂଚାସନ ଥିଲେ । ଏହି ଅବସରରେ ଏବର୍ଷର ସଂସଦ ପକ୍ଷରୁ ସୂର୍ଯ୍ୟପ୍ରଭାର ନିୟମିତ ସ୍ତମ୍ଭକାର ଓ ମହାନଦୀ ବିହାର ମହିଳା ମହାବିଦ୍ୟାଳୟ, କଟକ ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଡକ୍ଟର ଲକ୍ଷ୍ମଣ ସାହୁଙ୍କୁ ସୁଶ୍ରୀ ପ୍ରାବନ୍ଧିକ ଭାବେ ସମ୍ମାନିତ କରାଯାଇଛି । ଡକ୍ଟର ସାହୁଙ୍କୁ ଉପଢୌକନ, ପଦକ, ମାନପତ୍ର ସମେତ ପରିବେଶ ସଚେତନ ଦିଗରେ ଚାରା ( ଗୁଆ ଚାରା ) ପ୍ରଦାନ କରାଯାଇଛି । ଏଥି ପୂର୍ବରୁ ଡକ୍ଟର ସାହୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ ସମ୍ମାନ, ପ୍ରାବନ୍ଧିକ ସମ୍ମାନ, ବାଣୀ ଗୌରବ ସମ୍ମାନ, ପ୍ରଣୟ କବି ସମ୍ମାନ, ଜ୍ଞାନ ସାରଥୀ ସମ୍ମାନ, ପ୍ରତିଭା ସମ୍ମାନ ଆଦିରେ ସମ୍ମାନିତ ହୋଇଛନ୍ତି । ଏଥିପାଇଁ ସୁଶ୍ରୀ ଶୁଭଶ୍ରୀ ପରିବାର, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ଶିବ ପ୍ରସାଦ ବାହିନୀ ପତି, ଗାୟକ ଶେଖର ଜଗନ୍ନାଥ ବେହେରା, ପ୍ରେମ ଚରଣ ରାଉତ, ନଗେନ୍ଦ୍ର ନାଥ ସ୍ୱାଇଁ, ଆଇନଜୀବୀ ବୈଷ୍ଣବ ଚରଣ ଦାସ, ନୀଳମଣି ମଲ୍ଲିକ ପ୍ରମୁଖ, ତାଙ୍କର ପ୍ରିୟ ପାଠକ ତଥା ସୂର୍ଯ୍ୟପ୍ରଭା ପରିବାର ନିକଟରେ ବିନମ୍ର କୃତଜ୍ଞତା ଜଣାଇଛନ୍ତି ।
abhinandan Sir
ReplyDeletePost a Comment