ଆନ୍ତର୍ଜାତୀୟ ସର୍ବଧର୍ମ ସମ୍ମିଳନୀ ଓ ବସନ୍ତ ମହୋସ୍ଚବ

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ସୂଚନା-

ଆଗାମୀ ୨୦୧୮ ମସିହା ମାର୍ଚ୍ଚ ମାସରେ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ସର୍ବଧର୍ମ ସମ୍ମିଳନୀ ଓ ବସନ୍ତ ମହୋସ୍ଚବ ଅନୁଷ୍ଠିତ ହେବାକୁ ଯାଉଛି । ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଥିବା ପ୍ରତିଭାଧାରୀ ମାନେ ନିଜ ସ୍ଵାକ୍ଷର ସହିତ ଆପଣଙ୍କ କୃତିତ୍ଵ ସମ୍ପର୍କିତ ବିସ୍ତ୍ରୁତ ବିବରଣୀ ନିମ୍ନପ୍ରଦତ୍ତ ଠିକଣାରେ ଆମକୁ ଲେଖି ଜଣାନ୍ତୁ । ଏଥି ସହିତ ୨୭ ଟଙ୍କା ମୂଲ୍ୟର ଡାକଟିକଟ ଲଗାଇ ନିଜ ଡାକଠିକଣା ଲେଖାଥିବା ଏକ ଖାମ (envelope) ପଠାଇବା ଆବଶ୍ୟକ । କବିତା ପାଠ ନିମନ୍ତେ ଇଚ୍ଛୁକ ଥିବା କବିବନ୍ଧୁ ମାନେ ଯଥେଷ୍ଟ ପୂର୍ବରୁ ସେମାନଙ୍କ ସ୍ଵରଚିତ କବିତା ଗୁଡିକ ଆମ ନିକଟକୁ ପଠାଇବାକୁ ଅନୁରୋଧ, ତନ୍ମଧ୍ୟରୁ ନିର୍ବାଚିତ କବିତା ଗୁଡିକୁ ପାଠ କରିବା ନିମନ୍ତେ ସମ୍ପୃକ୍ତ କବିବନ୍ଧୁ ମାନଙ୍କୁ କେବଳ ସୁଯୋଗ ଦିଆଯିବ । ଯେଉଁ ମାନେ ନୃତ୍ୟ ପ୍ରତିଯୋଗୀତା ପ୍ରତି ଆଗ୍ରହୀ, ସେମାନେ ନୃତ୍ୟ ଓ ଗୀତ ସମ୍ପର୍କିତ ବିବରଣୀ ସହିତ ନିଜର ଫଟୋ ଓ ସଂପୂର୍ଣ୍ଣ ବିବରଣୀ ଆମ ନିକଟକୁ ପଠାନ୍ତୁ । ଅଧିକ ସୂଚନା ନିମନ୍ତେ ନିମ୍ନଲିଖିତ ଠିକଣା ଓ ଦୂରଭାଷ ନମ୍ବରରେ ଯୋଗାଯୋଗ କରନ୍ତୁ ।

ଯୋଗାଯୋଗ ଠିକଣା :

ଚିନ୍ମୟ ଦାଶ
ଦୂରଭାଷ: ୯୯୩୮୮୧୦୫୩୯
ସା- ବାବଲପୁର, ପୋ- ନନ୍ଦିପୁର
ଭାୟା- ଦଶରଥପୁର, ଜିଲ୍ଲା- ଯାଜପୁର
ପିନ- ୭୫୫୦୦୬, ଓଡିଶା

Post a Comment

Post a Comment (0)

Previous Post Next Post