
ତା ୧/୧୨/୨୦୧୯ ରିଖ ରବିବାର ଦିବା ୧୧ ଘଣ୍ଟିକା ସମୟରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ 'ସନାତନ ସ୍ମୃତି ସଂସଦ' ରାଇଘର ଆନୁକୁଲ୍ୟରେ ସରଗୁଲିବନ୍ଧ ଠାରେ ପ୍ରାକୃତିକ ପରିବେଶରେ ଏକ ଶୀତକାଳୀନ ବ୍ୟଙ୍ଗକବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ଏହି ଆସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୫ ଜଣ କବି ସେମାନଙ୍କର ସ୍ଵରଚିତ କବିତାପାଠ କରି ହାସ୍ୟରସ ପରିବେଷଣ କରିଥିଲେ। କବିମାନଙ୍କ ମଧ୍ୟରେ ରବୀନ୍ଦ୍ରନାଥ ବାହିନୀପତି, ଅନାମ ଚରଣ ସାହୁ, ସାଗର କୁମାର ପରିଡ଼ା, ଅଭିରାମ ଲେଙ୍କା, ଧନଞ୍ଜୟ ମଲ୍ଲ, ସଂଗ୍ରାମ ପରିଡ଼ା ଏବଂ ନାରୀକବି ମାନଙ୍କ ମଧ୍ୟରେ ଶ୍ରୀମତୀ ମନୋରମା ମହାପାତ୍ର, ସ୍ୱାଗତିକା ବାହିନୀପତି, ଗୁରୁଦାସୀ ମଣ୍ଡଳ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି କବିତା ଆସରରେ ସନାତନ ସ୍ମୃତି ସଂସଦର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ପରୀକ୍ଷିତ ସାହୁ ମଞ୍ଚ ପରିଚାଳନା କରିଥିଲେ ଏବଂ କବି ଓ ନାଟ୍ୟକାର ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ତ୍ରିପାଠୀ ନିଜସ୍ଵ ଢଙ୍ଗରେ ସଂଯୋଜନା କରି ବ୍ୟଙ୍ଗ କବିତା ଆସରକୁ ରସାଣିତ କରିଥିଲେ ।
Post a Comment