ଭୁବନେଶ୍ୱରସ୍ଥିତ ବୁଦ୍ଧ ବିହାର ଠାରେ ସ୍ୱଚ୍ଛ ଭାରତ ଅଭିଯାନ ସମାରୋହ ପାଳିତ

ଭୁବନେଶ୍ୱର - ତା୨୩/୧୧/୧୯, ରାଧାଗୋବିନ୍ଦ ଫାଉଣ୍ଡେସନ, ଜମ୍ଭରା, କେନ୍ଦୁଝର ଦ୍ଵାରା ଆୟୋଜିତ ସ୍ଵଚ୍ଛ ଭାରତ ଅଭିଯାନ ସମାରୋହ ଭୁବନେଶ୍ୱରସ୍ଥିତ ବୁଦ୍ଧ ପାର୍କ ଠାରେ ଏହାର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତିଙ୍କ  ଉଦ୍ୟମରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସମାରୋହରେ ସୁସାହିତ୍ୟିକ, ଆଦର୍ଶ ଶିକ୍ଷାବିତ ନାରାୟଣ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିବା ସହ ମୁଖ୍ୟଅତିଥି ଭାବେ ମନମୋହନ ସାମଲ (ପୂର୍ବତନ ସଭାପତି ଭାଜପା, ରାଜସ୍ୱ ମନ୍ତ୍ରୀ) ଯୋଗ ଦେଇଥିଲେ । ଏହାଛଡା ମୁଖ୍ୟବକ୍ତା ବରେଣ୍ୟ ଅତିଥି ମହେଶ ମହାନ୍ତି (ସ୍ଵଛ ଭାରତ ଅଭିଯାନ, ଓଡିଶା ମୁଖ୍ୟ), ବରେଣ୍ୟ ଅତିଥି ସମୀର ମହାନ୍ତି(ଉପସଭାପତି ଭାଜପା), ସୁଦର୍ଶନ ଦାସ (ମହାନ ସମାଜସେବୀ), ଲମ୍ବୋଦର ରାଉତ (ସୁସାହିତ୍ୟିକ, ଶିକ୍ଷାବିତ୍) ସଭାମଣ୍ଡନ କରି କାର୍ଯ୍ୟକ୍ରମର ମୂଳଦୁଆ ପକାଇଥିଲେ । ସ୍ନିଗ୍ଧା ଡ୍ୟାନ୍ସ ଗ୍ରୁପ୍ ଭଦ୍ରକ ତରଫରୁ ଅପୂର୍ବ ଶିଵତାଣ୍ଡଵ ସ୍ୱାଗତ ନୃତ୍ୟ ପରେ ଶ୍ରୀସେନାପତିଙ୍କ ଦ୍ୱାରା ରାଷ୍ଟ୍ରବନ୍ଦନା ଓ ଅତିଥି ପରିଚୟ ତଥା ପ୍ରତିଷ୍ଠାତାଙ୍କ ଅଭିନବ ଆଭିମୁଖ୍ୟ ପ୍ରଦାନ ସଭିଙ୍କୁ ଆକର୍ଷିତ କରିଥିଲା । ସ୍ଵଚ୍ଛ ଭାରତ ଅଭିଯାନ କପଡା ବ୍ୟାଗ ଲୋକାର୍ପଣ ସହ ଅତିଥି ଅଧିକାରୀଙ୍କ ମୂଲ୍ୟବାନ ସ୍ଵଚ୍ଛ ଭାରତ ଅଭିଯାନ, ପ୍ଲାଷ୍ଟିକ ବର୍ଜ୍ଜନ, ବୃକ୍ଷରୋପଣ ଓ ଦରିଦ୍ର ସେବା ହିଁ ଭଗବାନ ସେବା ଅମୃତବଚନ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ରାଧାଗୋବିନ୍ଦ ଫାଉଣ୍ଡେସନ ଟ୍ରଷ୍ଟର କର୍ମକର୍ତ୍ତାମାନେ  ଅତିଥି ଲମ୍ବୋଦର ରାଉତ, ମନମୋହନ ସାମଲ, ସମୀର ମହାନ୍ତି, ମହେଶ ମହାନ୍ତି, ସୁଦର୍ଶନ ଦାସ ଓ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ରାଜ୍ୟସ୍ତରୀୟ ସ୍ଵଚ୍ଛ ଭାରତ ସମ୍ମାନରେ ସମ୍ବର୍ଦ୍ଧିତ କରିଥିବା ବେଳେ, ସମାଜସେବୀ ରୋଜାପଣ୍ଡା, ପ୍ରେମଜୀ ଭାଇ, ପ୍ରଗତିକା ଦାସ, ଅକ୍ଷୟ କୁମାର କର୍ଣ୍ଣ, କୁମାର ଷ୍ଟାଲିନ, ନରେନ୍ଦ୍ର ପ୍ରସାଦ ବେହେରା, ମାନସ ରଞ୍ଜନ ମିଶ୍ର, ନୃସିଂହାନନ୍ଦ ମହାପାତ୍ର, ରମେଶ ଚନ୍ଦ୍ର ସାହୁ, ରବି ପ୍ରଧାନ, ବବିତା ଦାସ ମହାପାତ୍ର, ପୀତବାସ ଦଳବେହେରା, ସବିତା ମେହେର, ସୁରେନ୍ଦ୍ର ମହାନ୍ତି, ରଶ୍ମିତା ନାୟକ ଓ ରଶ୍ମିତା ଜେନା ସମେତ ଅନ୍ୟୁନ ଦଶଟି ଜିଲ୍ଲାର ଚାଳିଶ ଜଣ ସମାଜସେବୀଙ୍କୁ ରାଧାଗୋବିନ୍ଦ ସ୍ଵଚ୍ଛ ଭାରତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ବଲାଙ୍ଗୀର ଆଗତା ସନ୍ତୋଷିନୀ ମେହେରାଙ୍କ ସମ୍ବଲପୁରୀ ପାରମ୍ପରିକ  ନୃତ୍ୟ, ନୃତ୍ୟ ଗୁରୁ ପ୍ରଗତିକା ଦାସଙ୍କ ଡ୍ୟାନ୍ସ ଗ୍ରୁପର ନୃତ୍ୟର ଝଲକ ତଥା କେତେକ କବିଙ୍କର ସ୍ଵଚ୍ଛ ଭାରତ ଅଭିଯାନ ସମ୍ପର୍କିତ କବିତା ସଭିଙ୍କୁ ଆନନ୍ଦିତ କରିଥିଲା । ମଞ୍ଚ କାର୍ଯ୍ୟକ୍ରମ କୁ ଅରୁପ କୁମାର ରାଉତ, ଅଶୋକ କୁମାର ପଣ୍ଡା, ସୁଦର୍ଶନ ସାହୁ, ଅରୁଣ କୁମାର ହାତୀ, ସୁଶାନ୍ତ କୁମାର ଜେନା ପରିଚାଳନା କରିବା ସଙ୍ଗେ ସଙ୍ଗେ ବିଭିନ୍ନ ବ୍ୟବସ୍ଥା ପରିଚାଳନା ପଙ୍କଜ କୁମାର ବେହେରା, ପ୍ରତାପ କୁମାର ଦାସ, କାର୍ତ୍ତିକେଶ୍ୱର ଦାସ, ଗୋପୀନାଥ ରାଉତ, ରାଜେଶ କୁମାର ମହାନ୍ତି, ସୌରିରଂଜନ ମହାନ୍ତି ଓ ଉତ୍ସବ ତଥା କାର୍ଯ୍ୟକ୍ରମର ପରିଚାଳନାର ଦାୟିତ୍ୱ ଧର୍ମେନ୍ଦ୍ର ପ୍ରଧାନ, ଦେବୀପ୍ରସାଦ ଗୁମାନସିଂ, ନିରୂପମା ପ୍ରଧାନ, ମୁକେଶ କୁମାର ନାୟକ, ଶମ୍ବୁନାଥ ଦାସ, ରାଜକିଶୋର ପରିଡା କରିଥିଲେ । ନୃତ୍ୟ ଶିଳ୍ପୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯିବାବେଳେ ଉପସ୍ଥିତ ଅନ୍ୟୁନ ପାଞ୍ଚଶହରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କପଡା ବ୍ୟାଗ ପ୍ରଦାନ କରାଯାଇଥିଲା । ଶେଷରେ ଅନୁଷ୍ଠାନ ସକ୍ରୀୟ ସଦସ୍ୟ ଅଶ୍ୱିନୀ କୁମାର ମହାନ୍ତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯିବାପରେ ସଭାପତିଙ୍କ ଦ୍ୱାରା ସଭାସାଙ୍ଗ କରାଯାଇଥିଲା ।

Post a Comment

Post a Comment (0)

Previous Post Next Post