
ତା- ୯/୦୭/୧୯ ତେଲକୋଇ : ସମାକୋଇ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ "ପଞ୍ଚରାତ୍ରୀୟ ରଥପଥ ଉତ୍ସବ" ଆନନ୍ଦ ଉଲ୍ଲାସର ସହ ବର୍ଣ୍ଣାଢ୍ୟ ବାତାବରଣ ମଧ୍ୟରେ ଆଜି ଶେଷ ହୋଇଛି । ପରିଷଦର ଦୁଇ ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସେନାପତି ଓ ଅଜୟ କୁମାର ବିଶ୍ୱାଳଙ୍କ ଉଦ୍ୟମ ଓ ତତ୍ତ୍ୱାବଧାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଅକ୍ଷୟ କୁମାର ବାରିକ, ନନ୍ଦ କିଶୋର ସାହୁ, ଚନ୍ଦ୍ରଶେଖର ମହାନ୍ତ, ନିର୍ମଳ କୁମାର ମହାନ୍ତ, ଶ୍ରୀକାନ୍ତ ସାହୁ, ଶ୍ରୀଧର ପତି, ଗନ୍ଧର୍ବ ପ୍ରଧାନ ଓ ଦାଶରଥି ପ୍ରଧାନ ଆଦି ଅନୁଷ୍ଠାନର ସକ୍ରିୟ ସଭ୍ୟମାନଙ୍କ ନିଷ୍ଠାପର ସହଯୋଗରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକର ସୂଚାରୁ ସମ୍ପାଦନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ନୃତ୍ୟ, ପ୍ରବଚନ, କବିତା ଆସର ଓ ଭଜନସନ୍ଧ୍ୟା ଆଦିର ଆୟୋଜନ କରା ଯାଇଥିଲା । ପ୍ରଥମ ସନ୍ଧ୍ୟାରେ ରଜ-କୁଇନ ମେଗା-ଅଡିସନକୁ ଉତ୍ତୀର୍ଣ୍ଣ ହୋଇଥିବା ଜୟଶ୍ରୀ ସାହୁଙ୍କ ନୃତ୍ୟ ପରିବେଷଣ, ଦ୍ଵିତୀୟ ସନ୍ଧ୍ୟାରେ ନନ୍ଦ କିଶୋର ସାହୁଙ୍କ ଦ୍ଵାରା ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ପ୍ରବଚନ କାର୍ଯ୍ୟକ୍ରମ, ତୃତୀୟ ସନ୍ଧ୍ୟାରେ ଶିଶୁ ପ୍ରବଚକ କେଶବ ଦାଶ ଦ୍ବିତୀକୃଷ୍ଣଙ୍କ ଦ୍ଵାରା ମାର୍ମିକ ଓ ତାତ୍ତ୍ଵିକ ସାରଗର୍ଭକ ପ୍ରବଚନ ପ୍ରଦାନ ଓ ସୁନ୍ଦର-ମୋ-ଭାଷା-ସାହିତ୍ୟ ଅନୁଷ୍ଠାନ ଦ୍ଵାରା ଆୟୋଜିତ କବିତା ଆସର, ଚତୁର୍ଥ ସନ୍ଧ୍ୟାରେ ପିଙ୍କି ରାଉତ ଓ ଦେବଗଡ଼ ଆଗତ ଉର୍ମିଳା ଓ ସହଯୋଗୀ ଗ୍ରୁପ ଦ୍ଵାରା ଉନ୍ନତ ନୃତ୍ୟର ଝଙ୍କାର ଏବଂ ଅନ୍ତିମ ସନ୍ଧ୍ୟାରେ ଦେବଗଡ଼ର ବିବେକ ବିଶ୍ୱାଳ ଏବଂ ଚିନ୍ମୟ ଗ୍ରୁପ ତଥା ସୀମା, ପ୍ରମୋଦଙ୍କ ସମେତ ବିଭିନ୍ନ ଆଞ୍ଚଳିକ କଳାକାର ମାନଙ୍କ ଦ୍ଵାରା ଭଜନ ସଙ୍ଗୀତ ପରିବେଷଣର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ, ଅନେକ ଶୁଭେଚ୍ଛୁ ଓ ପ୍ରତିଭାଧାରୀ ବ୍ୟକ୍ତି ମାନଙ୍କ ମଧ୍ୟରେ ନିର୍ମଳ କୁମାର ମହାକୁଡ଼(ଶିକ୍ଷାବିତ), ଚିତ୍ତରଞ୍ଜନ ପଟ୍ଟନାୟକ(ଶିକ୍ଷକ), ମାନଗୋବିନ୍ଦ ସାହୁ(ଅଧ୍ୟକ୍ଷ), ଦିଲ୍ଲୀପ କୁମାର ବାଡ଼ା(ବି.ଡି.ଓ.), ରଞ୍ଜିତ ବିଶ୍ୱାଳ(ସାମ୍ବାଦିକ), ଅନୁକୂଳ ବିଶ୍ୱାଳ(ସାମ୍ବାଦିକ), ହଟକିଶୋର ସାହୁ(ଶିକ୍ଷାବିତ), ଅହଲ୍ୟା ଦାଶ(ଶିକ୍ଷାବିତ), ବିରଞ୍ଚି ବେହେରା(ସାମ୍ବାଦିକ), ବସୁଦେବ ମହାନ୍ତ(ଆଦର୍ଶ ଶିକ୍ଷକ), ଯୋଗେଶ ବେହେରା(ଶିକ୍ଷାବିତ), କୁଞ୍ଜ ବିହାରୀ ସେଠୀ(ଶିକ୍ଷାବିତ), ଖଗେଶ୍ୱର ମହାନ୍ତ(ଶିକ୍ଷକ), ମାନସ କୁମାର ନାୟକ(ସରପଞ୍ଚ), ଦୁର୍ଯ୍ୟୋଧନ ସାହୁ(ଶିକ୍ଷକ), ଦିଲ୍ଲୀପ ପ୍ରଧାନ(ସମାଜସେବୀ), ମିନାକ୍ଷୀ ଦେହୁରୀ(ସଭ୍ୟା), ସନ୍ତୋଷ ଦେହୁରୀ(ସମାଜସେବୀ), ବିଜୟ କୁମାର ପ୍ରଧାନ(ସଙ୍ଗୀତଜ୍ଞ),ପଦ୍ମାସିନୀ ବେହେରା(ଥାନାଧିକାରୀ), ମମତା ଦେହୁରୀ(ବ୍ଲକ ଅଧ୍ୟକ୍ଷା), ନିରଞ୍ଜନ ସାହୁ(ଆଚାର୍ଯ୍ୟ), ପାଣ୍ଡବ ସାହୁ(ଅଧ୍ୟାପକ), କୈଳାସ ପ୍ରଧାନ(ସମାଜସେବୀ), ଧର୍ମିଳା ଦାଶ(ଶିକ୍ଷାବିତ), ବାବୁଲାଲ ପ୍ରଧାନ(ଶିକ୍ଷାବିତ), ଅମରେଶ ପ୍ରଧାନ(ସାମ୍ବାଦିକ), ତୀର୍ଥବାସୀ ସାହୁ(ସୁବ୍ୟବସାୟୀ) ଓ ମନୋଜ କୁମାର ଦାସ(ସମାଜସେବୀ)ଙ୍କୁ ପ୍ରଶଂସିତ କରାଯାଇଥିବା ବେଳେ ସୁନ୍ଦର-ମୋ-ଭାଷା-ସାହିତ୍ୟ ପରିବାରର ନରେନ୍ଦ୍ର ପ୍ରସାଦ ବେହେରା(ସାମ୍ବାଦିକ ଓ ସୁସାହିତ୍ୟିକ), ରଶ୍ମିତା ଜେନା(ସୁଶିକ୍ଷିକା), ବିଷ୍ଣୁ ପ୍ରସାଦ ମିଶ୍ର(ସୁସାହିତ୍ୟିକ), ଗଜନୀ ଚନ୍ଦ୍ରଶେଖର(ଆଦର୍ଶ ଶିକ୍ଷକ), ନୂତନ କୁମାର ବେହେରା(ସୁକବି), ପ୍ରଭଞ୍ଜନ ତ୍ରିପାଠୀ(ସୁଲେଖକ), ଡ଼ଃ ମହେନ୍ଦ୍ର ପ୍ରସାଦ ଦାସ(ସୁସମୀକ୍ଷକ), କବିତା ମହାନ୍ତି(ସୁସାହିତ୍ୟିକା) ଆଦିଙ୍କୁ ସମ୍ମାନିତ କରାଯାଇ ସନନ୍ଦ-ପତ୍ର ଅର୍ପଣ କରାଯାଇଥିଲା । ପ୍ରତ୍ୟହ ହଜାର ହଜାର ଦର୍ଶକ ଏହି ଭାବପୂର୍ଣ୍ଣ ସମାରୋହକୁ ଉପଭୋଗ କରିବା ସହ ଭୁୟସୀ ପ୍ରଶଂସା କରିଥିବା ବେଳେ ସମସ୍ତଙ୍କ ସମ୍ପୃକ୍ତି ଓ ସହଯୋଗ ନିମନ୍ତେ ପରିଷଦ ପକ୍ଷରୁ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ସାହୁଙ୍କ ଦ୍ଵାରା ସମସ୍ତ ଅତିଥିବୃନ୍ଦ, ସଂଗଠନ, ଶୁଭେଚ୍ଛୁ ଓ ସହଯୋଗୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି ଉତ୍ସବର ମୂର୍ଚ୍ଛନା ଦର୍ଶନଙ୍କ ମନକୁ ଏତେ ଚକିତ କରିଦେଇଥିଲା ଯେ, ଶେଷସନ୍ଧ୍ୟାରେ ଏହି ଉତ୍ସବ ସହିତ ଜଡିତ ସ୍ମୃତିକୁ ରୋମନ୍ଥନ କରି ତେଲକୋଇବାସୀଙ୍କ ଆକ୍ଷିରେ ଲୁହ ଜକେଇ ଆସିଥିବା ଦେଖିବାକୁ ମିଳିଥିଲା ।
Reported By
Narayan Chandra Senapati, Telkoi
Post a Comment