ବାଲେଶ୍ଵରର ଯୁଗଶ୍ରୀ ଯୁଗନାରୀ ସଂଗଠନ ଦ୍ଵାରା ୨୦୧୯ ବର୍ଷ ନିମନ୍ତେ ଆୟୋଜିତ ମେଘମହ୍ଲାର କବିତା ପାଠୋତ୍ସବ ଓ ସାରସ୍ଵତ ସମାରୋହ ଆସନ୍ତା ତା ୧୪/୦୭/୧୯ ରିଖ ରବିବାର ପୂର୍ବାହ୍ନ ୧୦:୩୦ ସମୟରେ ବାଲେଶ୍ଵରର ହସପିଟାଲ ରୋଡସ୍ଥିତ ଆତିଥ୍ୟ ଭବନରେ ଅନୁଷ୍ଠିତ ହେବ । ଏହି ଅବସରରେ "ମେଘମହ୍ଲାର" ଶୀର୍ଷକ ମୌସୁମୀ କବିତା ଆସର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସାରଳା ପୁରସ୍କାରପ୍ରାପ୍ତ କବୟିତ୍ରୀ, କଥାକାର ତଥା ଓଉପନ୍ୟାସିକା ଶ୍ରୀମତୀ ବନଜ ଦେବୀ ମୁଖ୍ୟ ଅତିଥି, ଓଡିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ଡକ୍ଟର ହରିଶ୍ଚନ୍ଦ୍ର ହୋତା ମୁଖ୍ୟବକ୍ତା ଭାବେ ଯୋଗଦେବା ସହ ବାଲେଶ୍ଵରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସମ୍ବିତ କୁମାର ନାୟକ, କବି ଶ୍ରୀଯୁକ୍ତ ବିମଳ ଜେନା ଓ କବୟିତ୍ରୀ ଶ୍ରୀମତୀ ଅଞ୍ଜଳି ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କବୟିତ୍ରୀ ତନୁଜା ପଣ୍ଡା ଓ ଶ୍ରୀମତୀ ସବିତାରାଣୀ ବେହେରା ମୌସୁମୀ କବିତା ଆସରକୁ ସଂଯୋଜନା କରିବେ । ଏବଂ ସମ୍ବର୍ଦ୍ଧିତ ପ୍ରତିଭା ଭାବେ "କାଳାନ୍ତର" ର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟକାନ୍ତ ସାମନ୍ତରାୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସମ୍ପାଦିକା ମମତା ମହାପାତ୍ର ସୂଚନା ଦେଇଛନ୍ତି ।

Post a Comment