ମହାନଗର ପୁସ୍ତକମେଳାର ୮ମ ରଜନୀ - ଓଡ଼ିଶା ସାହିତ୍ୟ ଏକାଡେମୀର ଲେଖକ ସାକ୍ଷାତ୍କାର କାର୍ଯ୍ୟକ୍ରମ

ବ୍ରହ୍ମପୁର, 23।11: ପାଠକ ଓ ସାହିତ୍ୟିକ ତଥା ବୁଦ୍ଧିଜୀବୀଙ୍କ ଭିଡ଼ ମଧ୍ୟରେ ଆଗେଇ ଚାଲିଛି ମହାନଗର ପୁସ୍ତକମେଳା। ସ୍ଥାନୀୟ ଏସଏସଭିଟି ପଡ଼ିଆଠାରେ ଚାଲିଥିବା ପୁସ୍ତକମେଳାର ୮ମ ରଜନୀରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଲେଖକ ସାକ୍ଷାତକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିବଡି ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ବରିଷ୍ଠ ସାହିତ୍ୟିକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଶ୍ରୀ ଆଚାର୍ଯ୍ୟ ନିଜ ଜୀବନ ଅନୁଭୂତିକୁ ଶ୍ରୋତାମାନଙ୍କୁ ଶୁଣାଇଥିଲେ । ସେହିଭଳି ମୁଖ୍ୟଅତିଥି ଭାବେ କବି ବିପ୍ର ଆଚାର୍ଯ୍ୟ ଯୋଗ ଦେଇଥିଲେ । ମୁଖ୍ୟ ଆଲୋଚକ ଭାବେ ଡ଼: କାହ୍ନୁଚରଣ ପାଢୀ, ଡ଼: ହୃଷୀକେଶ ପଣ୍ଡା, ଡ଼: ଲକ୍ଷ୍ମୀନାରାୟଣ ଦାଶ ପ୍ରମୁଖ ସୁଦର୍ଶ ଆଚାର୍ଯ୍ୟଙ୍କ ସାହିତ୍ୟ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ଶ୍ରୋତାମାନେ ନିଜ ପ୍ରିୟ ଲେଖକଙ୍କୁ ପ୍ରଶ୍ନ କରିଥିଲେ ।

ପୁସ୍ତକମେଳା କମିଟି ସଭାପତି ସୁଶାନ୍ତ ଦାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଜିତ ସାବତ, ଦିପ୍ତିମିତା ମହାପାତ୍ର, ନିହାର ରଞ୍ଜନ ଦାଶ, ବାଲ୍ମୀକି ମହାପାତ୍ର, ନରେଶ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିବାବେଳେ କପିଳ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ । ଏହି ପୁସ୍ତକମେଳା ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ସଂପୂର୍ଣ୍ଣ ସାକ୍ଷାତକାରଟି ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ।

Post a Comment

Post a Comment (0)

Previous Post Next Post