
ଗତ କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ଦିବସରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭବନଠାରେ 'ଦିବ୍ୟ କୃପା ପବ୍ଳିକେସନ' ପକ୍ଷରୁ ଆୟୋଜିତ 'ଜଗନ୍ନାଥ ଦର୍ଶନ ଓ ତତ୍ତ୍ୱ' ଓ "ଆମ ପୁଷାଞ୍ଜଳି" ଗ୍ରନ୍ଥ ସଂକଳନ ଲୋକାର୍ପଣର ଏକ ମନୋରମ ଉତ୍ସବରେ "ସୂର୍ଯ୍ୟପ୍ରଭା" , ' ସମୟର ଚକ୍ର' ଓ ବିଭିନ୍ନ ପତ୍ର ପତ୍ରିକାରେ ନିୟମିତ ଲେଖନୀ ଚାଳନା କରି ଆସୁଥିବା ଅଧ୍ୟାପକ ଡ଼କ୍ଟର ଲକ୍ଷ୍ମଣ ସାହୁଙ୍କୁ ବିଶିଷ୍ଟ ଶିକ୍ଷାବିତ୍ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଶ୍ରୀମତୀ ମନୋରମା ମହାପାତ୍ର, ବରିଷ୍ଠ ସାମ୍ବାଦିକ ସ୍ତମ୍ଭକାର ଶ୍ରୀଯୁକ୍ତ ଅରୁଣ ପଣ୍ଡା ଡ଼କ୍ଟର ସାହୁଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ସହ ମାନପତ୍ର ପ୍ରଦାନ କରିଥିବା ବେଳେ ପ୍ରଫେସର ଡ଼କ୍ଟର ବାବାଜୀ ପଟ୍ଟନାୟକ 'ଚିରସନ୍ଧାନର' ସଂପାଦକ ଶ୍ରୀଯୁକ୍ତ ପାର୍ଥସାରଥି ଅଜୟ ବାରିକ ତଥା କାର୍ଯ୍ୟନିର୍ବାହୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ସାମଲ , ରେଡ଼ିଓ ଚକଲେଟର କଣ୍ଠ ଶିଳ୍ପୀ ଶ୍ରୀଯୁକ୍ତ ନୀରଦ କୁମାର ଆର୍ଯ୍ୟ ପ୍ରମୁଖ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ଡ଼କ୍ଟର ଲକ୍ଷ୍ମଣ ସାହୁ ଏହି ସମ୍ମାନ ପାଇଁ 'ଦିବ୍ୟ କୃପା ପବ୍ଳିକେସନ'କୁ ସାଧୁବାଦ ଜଣାଇବା ସହ 'ସମୟର ଚକ୍ର' ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଡ଼କ୍ଟର ଲକ୍ଷ୍ମଣ ସାହୁ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ନିକଟସ୍ଥ ସାନକିଲୋ ଗ୍ରାମରେ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ କନିଷ୍ଠ ପୁତ୍ର ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ , (ନିଉ ଦିଲ୍ଲୀ) ଆନ୍ତର୍ଜାତିକ ସାରଳା ଚେୟାରର ପ୍ରଫେସର ଡ଼କ୍ଟର ଉଦୟ ନାଥ ସାହୁଙ୍କ ଭାତ୍ରା ଅଟନ୍ତି ।

Post a Comment