
ତା ୧୮/୧୧/୨୦୧୮ - ଖୋରଧା : ଆଜି ଖୋରଧା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନରେ ଏହାର ଦ୍ଵିତୀୟ ବାର୍ଷିକ ପୂର୍ତ୍ତି ଉତ୍ସବ ପାଳନ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ମୁଖ୍ୟବକ୍ତା ଭାବେ ଡକ୍ଟର ଶୁଭଶ୍ରୀ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ । ସଭା ପରିଚାଳନା କରିଥିଲେ ଖୋରଧା ସମ୍ବାଦ ସାହିତ୍ୟ ଘରର ସଭାପତି ଐତିହାସିକ ସତ୍ୟବାଦୀ ବଳିଆରସିଂହ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ ଖୋରଧା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମହାରଣା । ଏହାର ବାର୍ଷିକ ମୁଖପତ୍ର ପ୍ରୟାସ ଉନ୍ମୋଚନ ହେବା ସହିତ ବିଭିନ୍ନ ପ୍ରାନ୍ତରୁ କବି କବୟିତ୍ରୀ ମାନେ ଯୋଗ ଦେଇ କବିତାପାଠ କରିଥିଲେ ।

Post a Comment