
କନ୍ଧମାଳ ଜିଲ୍ଲା : ସବୁଜ ବନାନୀର ଗନ୍ତାଘର ତଥା ଲୋକକଳା ସଂସ୍କୃତି ଓ ପରମ୍ପରାର ଜିଲ୍ଲା କନ୍ଧମାଳରେ କାର୍ତ୍ତିକ ମାସର ପାଳନ ସ୍ୱତନ୍ତ୍ର ରହିଛି । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଜିଲ୍ଲାର ବାଲିଗୁଡା, ଦାରିଙ୍ଗବାଡି, ରାଇକିଆ, ଚକାପାଦ, ଖଜୁରିପଡ଼ା, ସାରଙ୍ଗଗଡ଼ ପରି ଅନେକ ଅଞ୍ଚଳ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ଏହି ଉତ୍ସବ ପାଳିତ ହେଉଛି । କାର୍ତ୍ତିକ ମାସର ପ୍ରଥମ ଦିନ ଗ୍ରାମ ଭାଗବତ ଟୁଙ୍ଗିରେ ପୂଜାର୍ଚ୍ଚନା ପରେ ଗ୍ରାମର ଯୁବକ, ଛୋଟ ପିଲା, ବୟୋଜ୍ୟୋଷ୍ଠ ବ୍ୟକ୍ତି ମିଳିତ ଭାବେ ଗ୍ରାମ ବାହାରକୁ ଭ୍ରମଣ କରିବା ସହ ହରି ନାମ ସଂକୀର୍ତ୍ତନ କରନ୍ତି । ଛୋଟ ପିଲାଙ୍କୁ ରାଧାକୃଷ୍ଣ ବେଶରେ ସଜ୍ଜିତ କରିବା ସହ ଠାକୁରଙ୍କୁ ଥାଳି କିମ୍ବା ପୀଢା ରେ ସଜାଇ ଘର ଘର ବୁଲାଇ ନିଆଯାଏ । ଦାତାଙ୍କ ଦାନରେ ମନ୍ଦିର ଉନ୍ନତି କାର୍ଯ୍ୟ କରିବା ସହ ପୂଜାର୍ଚ୍ଚନା ରେ ଅର୍ଥ ବ୍ୟବହାର କରାଯାଏ । ପଥପରେ ଜନ ସାଧାରଣଙ୍କୁ ହାସ୍ୟ ପରିବେଶ ସୃଷ୍ଟି କରିବା ନିମନ୍ତେ, କେହି କେହି ଜୋକର ଭୂମିକା ମଧ୍ୟ ତୁଲାଇଥାନ୍ତି । ଆଜି ପୂର୍ଣ୍ଣମୀ ପୂର୍ବଦିନ ହୋଇଥିବାରୁ ଅନେକ ସଂଗଠନକୁ ଘର ବାହୁଡା ହେବାର ଦେଖାଯାଇଥିଲା ।

Post a Comment