ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବମରାଜ ଗୋପଲଜି ନାଟ୍ୟସଂସଦ ଆନୁକୂଲ୍ୟରେ ବରଗଡ଼ ଧନୁଯାତ୍ରାର ବରିଷ୍ଠ କଳାକାର ଶ୍ରୀଯୁକ୍ତ ଅଇଁଠୁ ସାହୁଙ୍କ ନିର୍ଦ୍ଧେଶନାରେ ଯାତ୍ରା ନାଟକ "ଶାନ୍ତ ଚିଲିକାରେ ଅଶାନ୍ତ ଝଡ" ମଞ୍ଚସ୍ତ ହୋଇଯାଇଛି । ଏହି ଅବସରରେଯୁବ ଆଇନଜୀବୀ ଶ୍ରୀଯୁକ୍ତ ରାଧାକାନ୍ତ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବଲାଙ୍ଗୀର ଜିଲ୍ଲା ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମଣା ମେହେର ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ରୀନା ମେହେର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଯାତ୍ରା ନାଟକ ମାଧ୍ୟମରେ ଆଜିର ପ୍ରଥଭଷ୍ଟ ସମାଜକୁ ନୂତନ ଦିଗଦର୍ଶନ ଦେବା ସହ ମନୋରଞ୍ଜନର ଖୋରାକ ଜଗାଇ ପାରୁଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଯୁବକବି ଦ୍ବିତୀକୃଷ୍ଣ ପଣ୍ଡା ଓ ଉଲୁଣ୍ଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମିତାଲି ମହାକୁର ନିଜର ବକ୍ତବ୍ୟ ରଖିଥିବା ବେଳେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଭୂଷଣ ପାତ୍ର ମୁଖ୍ୟବକ୍ତା ଏବଂ ଅନ୍ୟତମ ଅତିଥି ଭାବରେ ପ୍ରିୟବ୍ରତ ସାହୁ, ଦୁର୍ଯୋଧନ ପରଡ଼ିଆ, ସତ୍ୟନନ୍ଦ ମେଂଡ଼ିଲି, ସଞ୍ଜୟ ବଘାର, ଲବ ସାହୁ, ରାଜୁ ପାଣିଗ୍ରାହୀ ଏବଂ ସ୍ଥାନୀୟ ସରପଂଚ ମୟୂରୀ ବାଘ ଯୋଗଦେଇ ଅନୁଷ୍ଠାନର କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସ୍ଥାୟୀ ସଭାପତି କିଶୋର ମୋହନ ମହାକୁର ଏବଂ ଶାନ୍ତନୁ କୁମାର କର୍ଣ୍ଣ ମଂଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନର କଳାକାର ସୁଦର୍ଶନ ବଘାର, ଲଳିତ କର୍ଣ୍ଣ, ବୁଲୁ କର୍ଣ୍ଣ, ରାଜେନ୍ଦ୍ର କର୍ଣ୍ଣ, ରଂଜନ ବଘାର, ଅର୍ଜୁନ ପ୍ରଧାନ, ଉମାକାନ୍ତ ପାଣିଗ୍ରାହୀ, ଜଗନାଥ କର୍ଣ୍ଣ, ଆଦି ଙ୍କ ଅଭିନୟରେ ନାଟକ "ଶାନ୍ତ ଚିଲିକାରେ ଅଶାନ୍ତ ଝଡ" ମଞ୍ଚସ୍ତ ହୋଇଥିଲା ।।

ସମ୍ବାଦଦାତା - ଶାନ୍ତନୁ କୁମାର କର୍ଣ୍ଣ
ଜୟପୁର, ବୀରମହାରାଜପୁର, ସୋନପୁର
Post a Comment