କୋଶଲି ସାହିତ୍ୟ କଳାପଟା "ମହାଖଲା" ଉନ୍ମୋଚିତ

ସୋନପୁର ଜିଲ୍ଲା ବିନିକ ବ୍ଲକ ଅନ୍ତର୍ଗତ କର୍ତଙ୍ଗ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ବୀର ସୁରେନ୍ଦ୍ର ସାଏ ଓ ସୁବାସ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ କୋଶଲି ସାହିତ୍ୟ କଳାପଟା 'ମହାଖଲା' ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।ଏହି ଅବଜ଼ରରେ ଅନୁଷ୍ଠାନର ସଭାପତି ଶିକ୍ଷକ ଆଖୋଜ କୁମାର ସାଣ୍ଢଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୋଶଲ ସାହିତ୍ୟ ଏକାଡେମୀ,ତରଭା ର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକ ମୁଖ୍ୟ ଅତିଥି,କୋଶଲି ସାହିତ୍ୟ ପତ୍ରିକାର ସମ୍ପାଦକ ଶ୍ରୀ ରାଜେଶ ଦଣ୍ଡସେନା ସମ୍ମାନିତ ଅତିଥି ଏବଂ କବି ଶ୍ରୀମତୀ ଚନ୍ଦ୍ରାବତୀ ପାଣ୍ଡେ ଅନ୍ୟତମ ଅତିତ୍ୱବି ଭାବରେ ଯୋଗଦେଇ କୋଶଲି ସାହିତ୍ୟ ଉନ୍ନତି ଦିଗରେ ଆଲୋକପାତ କଦିବା ସହ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ ।କୋଶଲି ସାହିତ୍ୟ କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ କବି ରାଜେଶ ଦଣ୍ଡସେନଙ୍କୁ କୋଶଲ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଅନୁଷ୍ଠାନର ସମ୍ପାଦକ ଶ୍ରୀ କୃପାସିନ୍ଧୁ ମହାକୁର ସଭା ପରିଚାଳନା କରିଥିବା ବେଳେ ଏହି ଅବସରରେ କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେ ଏବଂ ଅର୍ଜୁନ କୁମାର ସାହୁଂକର ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା ।ଏଥିରେ ପଶ୍ଚିମଞ୍ଚଳର ବିଭିନ୍ନ ଜିଲ୍ଲାରୁ କବି ଭାରତ ମେହେର, ଶ୍ରୀୟକାନ୍ତ ଦାସ, ପଞ୍ଚାନନ ଜଗଦଲା, ଗଜିନ୍ଦ୍ର ସେଠୀ, ବିଶ୍ଵାମିତ୍ର ମୁଗ୍ରୀ, ଯଦୁମଣି କର୍ଣ୍ଣ,ପ୍ରଭାତ ଖମାରୀ,ବିଶ୍ଵାମିତ୍ର ପଣ୍ଡା,ଅଂଶୁମାନ କର୍ମୀ,ହାଡ଼ିବନ୍ଧୁ ଖମାରୀ, ଗୌରୀ ଶଙ୍କର ସାହୁ,ଶାନ୍ତନୁ ପଣ୍ଡା, ସରୋଜ ସାହୁ,ହରିବୋଲ ସାଣ୍ଢ, ଶାନ୍ତନୁ କର୍ଣ୍ଣ ଆଦି କବିବନ୍ଧୁ ମାନେ ଯୋଗ ଦେଇ ନିଜ ନିଜର କବିତା ଆବୃତି କରିଥିଲେ ।ଶେଷରେ କବି ଶାନ୍ତନୁ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ ।

ଶାନ୍ତନୁ କୁମାର କର୍ଣ୍ଣ, ଜୟପୁର, ବୀରମହାରାଜପୁର, ସୋନପୁର

Post a Comment

Post a Comment (0)

Previous Post Next Post