
(ସୌଜନ୍ୟ : ବଂଶୀଧର ମାଝୀ, ବୌଦ୍ଧ ଜିଲ୍ଲା) କଣ୍ଟାମାଳ ବ୍ଲକ ସଦର ହାଇସ୍କୁଲ ଖେଳ ପଡିଆ ସ୍ଥିତ ଲୋକକଳା ମଣ୍ଡପରେ ଚାଲିଥିବା ପଞ୍ଚମ ରାଜ୍ୟ ସ୍ତରୀୟ ଲୋକକଳା ମହୋତ୍ସବ ଅବସରରେ ସାରସ୍ୱତ ସମ୍ମିଳନୀ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସାରସ୍ୱତ ସଭାରେ କଣ୍ଟାମାଳ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ସାଗର ବଗର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ହେଉଛି ସମାଜର ମୁକୁର, ପଥଭ୍ରଷ୍ଠ ସମାଜକୁ ନୂତନ ଦିଗଦର୍ଶନ ଦେବାରେ ସାହିତ୍ୟର ଭୂମିକା ହେଉଛି ଅନନ୍ୟ ବୋଲି ମତବ୍ୟକ୍ତ କରିଥିଲେ, ସମ୍ମାନୀତ ଅତିଥି ଭାବରେ ଓଡିଶା ସାହିତ୍ୟ ଏକାଡେମି ସଦସ୍ୟ ନୀଳଲୋହିତ ମହାପାତ୍ର ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଜିଲ୍ଲାର ଲୋକ ସାହିତ୍ୟକୁ ଆହୁରି ଲୋକାଭିମୁଖୀ କରିବା ନେଇ ମନ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ କଣ୍ଟାମାଳ ଲୋକ ମହୋତ୍ସବ କମିଟିର ସଭାପତି ସୁଧିର ଗୁରୁ ମଞ୍ଚାସୀନ ଥିଲେ । କବିତା ଆସରକୁ କବି ଚନ୍ଦ୍ରକାନ୍ତ ନାୟକ, ରଂଜୁ ଅମାତ ଓ ବଳଦେବ ପ୍ରହରାହ ସଂଯୋଜନା କରିଥିଲେ । କବୟିତ୍ରୀ ସ୍ୱପ୍ନା ଶର୍ମିଷ୍ଟା ମିଶ୍ର, ସଂଯୁକ୍ତା ପଟ୍ଟନାୟକ ଏବଂ କବି ବଂଶୀଧର ମାଝୀ, ରଂଜୁ ଅମାତ, ରମେଶ ପ୍ରସାଦ ମେହେର, ଅଜିତ ଗିରି, କୃପାସିନ୍ଧୁ ମହାକୁର, ଶାନ୍ତନୁ କୁମାର କର୍ଣ୍ଣ, ଚନ୍ଦ୍ରକାନ୍ତ ନାୟକ, ସତ୍ୟଜିତ ପଣ୍ଡା, ନୀଳଲୋହିତ ମହାପାତ୍ର, ସର୍ବେଶ୍ୱର ବରାଳ, ହୃଦାନନ୍ଦ ରଣା, ପ୍ରଭାତ କୁମାର ଖମାରୀ, ସଂଜୀବ ପ୍ରହରାଜ, ଗୋଳକ ବିହାରୀ ସାହୁ, ଦେବେନ୍ଦ୍ର ମିଶ୍ର, ଇନ୍ଦ୍ରମଣି ମେହେର, ପ୍ରକାଶଚନ୍ଦ୍ର ମିଶ୍ର ଆଦି ୩୦ ଜଣ କବି ଓ କବୟୀତ୍ରୀ ଯୋଗଦେଇ ସ୍ୱରଚିତ କବିତା ଆବୃତି କରିଥିଲେ । ଅନୁଷ୍ଠାନ ତରଫରୁ ସମସ୍ତ କବି ଓ କବୟିତ୍ରୀ ମାନଙ୍କୁ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା । କମିଟି ଆବାହକ ମୁକେଶ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଟ ଶିଶୁ ସାହିତ୍ୟିକ ତଥା ସଂସ୍କୃତି ଗବେଷକ ସତ୍ୟଜିତ ପଣ୍ଡା ସଭାପତିତ୍ୱ କରି ସାହିତ୍ୟ ହେଉଛି ଏପରି ଏକ ଉପାଦାନ ଯାହା ସମାଜକୁ ସଚେତନ କରିବା ସହ ଆନନ୍ଦ ପ୍ରଦାନ କରିଥାଏ ତେଣୁ ବୌଦ୍ଧ ଜିଲ୍ଲାର କଳା ସଂସ୍କୃତି ସହିତ ସାରସ୍ୱତ ପ୍ରତିଭାର ନବ ଉନ୍ମେଷ ପାଇଁ ବିଭିନ୍ନ ଅନୁଷ୍ଠାନ ଚେଷ୍ଠିତ ହେବା ଉଚିତ ବୋଲି ନିଜ ମନ୍ତବ୍ୟରେ କହିଥିଲେ । କବି ବଂଶୀଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Reported By
Bansidhar Majhi, Boudh
Post a Comment