ରାଇରଙ୍ଗପୁର ଶ୍ରୀଜଗନ୍ନାଥ ଚେତନା ସେବାସଙ୍ଘର ବାର୍ଷିକ ମୁଖପତ୍ର "ସମର୍ପଣ" ଲୋକାର୍ପିତ

ରାଇରଙ୍ଗପୁର - ରାଇରଙ୍ଗପୁରର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଂଗଠନ "ଶ୍ରୀଜଗନ୍ନାଥ ଚେତନା ସେବାସଙ୍ଘ" ର ବାର୍ଷିକ ରଥଯାତ୍ରା ବିଶେଷାଙ୍କ "ସମର୍ପଣ - ୨୦୧୯" ଲୋକାର୍ପିତ ହୋଇଯାଇଛି । ରାଇରଙ୍ଗପୁର ମାନ୍ୟବର ବିଧାୟକ ନବ ଚରଣ ମାଝୀ, ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ପୂର୍ବତନ କଲେଜ ଅଧ୍ୟକ୍ଷ ମୋତିଲାଲ ଶତପଥୀ, ପ୍ରାକ୍ତନ ବରିଷ୍ଠ ଶିକ୍ଷକ ସଚ୍ଚିକାନ୍ତ କର, ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିଶ୍ଚନ୍ଦ୍ର ହୋତା, ବରିଷ୍ଠ ସାମ୍ବାଦିକ ବିପିନ କାନୁନଗୋ, ସାହିତ୍ୟିକ ଅଧ୍ୟାପକ ଲଳିତ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ମିଳିତ ଭାବେ "ସମର୍ପଣ" ମୁଖପତ୍ରର ଲୋକାର୍ପଣ କରିଥିଲେ । ବିଧାୟକ ଓ ଉପଜିଲ୍ଲାପାଳ ମହୋଦୟ ୧୨ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସମର୍ପଣ ପତ୍ରିକା ପ୍ରକାଶ ପାଇ ଆସୁଥିବାରୁ ସମ୍ପାଦନା ମଣ୍ଡଳୀଙ୍କୁ ସାଧୁବାଦ ଜଣାଇଥିଲେ । ସମର୍ପଣ ମୁଖପତ୍ରର ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବି ତୁଷାରକାନ୍ତି କବି ଏବଂ ସମ୍ପାଦନା ମଣ୍ଡଳୀରେ ସଚ୍ଚିକାନ୍ତ କର, ଲଳିତ ମହାନ୍ତ, ହରିଶ୍ଚନ୍ଦ୍ର ହୋତା, ପୁଷ୍ପାଞ୍ଜଳୀ ତ୍ରିପାଠୀ ପ୍ରମୁଖ ରହି ଅଛନ୍ତି । ଏହି କାର୍ଯ୍ୟକ୍ରମରେ ଲଳିତ ମହାନ୍ତ ଲୋକାର୍ପଣ ସମାରୋହର ସଂଯୋଜନା କରିଥିଲେ । ଏଥିରେ ଓଡିଶାର ବହୁ ବିଶିଷ୍ଟ ସାହିତ୍ୟିକ/ସାହିତ୍ୟିକାଙ୍କ ଲେଖା ପୃଷ୍ଠାମଣ୍ଡନ କରିଥିବାରୁ ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ପ୍ରେମୀଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଅବସରରେ ରଥଯାତ୍ରା କମିଟିର କର୍ମକର୍ତ୍ତା, ସଭ୍ୟ ଓ ସଭ୍ୟାଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜଗନ୍ନାଥପ୍ରେମୀ ଉପସ୍ଥିତ ରହିଥିଲେ । ଶେଷରେ ସଚ୍ଚିକାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ ।
Reported By
Santosh Kumar Mohanty

1 Comments

Post a Comment

Post a Comment

Previous Post Next Post