ସଂସ୍କୃୃୃୃତି କଳା ବିକାଶ କେନ୍ଦ୍ର - ପଲଶାଗୋରା ପକ୍ଷରୁ ୪ର୍ଥ ନାଟ୍ୟ ମହୋତ୍ସବ ଅନୁଷ୍ଠିତ


ବୌଦ୍ଧ - ୧/୧୨ ବୌଦ୍ଧ ଜିଲ୍ଳା କଣ୍ଟାମାଳ ବ୍ଲକ ପଲଶାଗୋରା କଳାମଣ୍ତପଠାରେ ସଂସ୍କୃୃୃୃତି କଳା ବିକାଶ କେନ୍ଦ୍ର ପଲଶାଗୋରା ପକ୍ଷରୁ ଅନୁଷ୍ଠିତ ହୋଇଥିବା ୪ର୍ଥ ନାଟ୍ୟ ମହୋତ୍ସବ ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୨ ଜଣ କବି ଓ କବୟିତ୍ରୀ ଅଂଶଗ୍ରହଣ କରି ସ୍ବରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ କବି ଶ୍ରୀଧର ବାଗ ଓ ଉପନ୍ୟାସିକ ଆଦିତେଶ୍ବର ମିଶ୍ର ଅତିଥି ଭାବରେ ଯୋଗଦେଇ କବି କିଭଳି ହେବା ଉଚିତ ସେ ବିଷୟରେ ଉଦବୋଧନ ଦେଇଥିଲେ । କ୍ଷୀରୋଦ୍ର ଚନ୍ଦ୍ର ବିଶ୍ବାଳ ମଞ୍ଚ ପରିଚାଳନା କରିଥିଲେ । ଅଜିତ ଗିରି, ସଂଜିବ ପ୍ରହରାଜ ଓ ପ୍ରଭାତ କୁମାର ଖମାରି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସାମ୍ବାଦିକ ଅନନ୍ତ ଖମାରୀ ଓ ରାମଚନ୍ଦ୍ର ମଲ୍ଲିକ ସମେତ କବି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।

Reported By
Bansidhar Majhi, Boudh


1 Comments

Post a Comment

Post a Comment

Previous Post Next Post